ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ମହିଳା ସୁପରଷ୍ଟାର ଶ୍ରୀଦେବୀଙ୍କ ମୃତ୍ୟୁକୁ ନେଇ ଏବେ ଦେଶବାସୀ ଯେତିକି ସ୍ତବ୍ଧ ହୋଇ ନଥିଲେ ତାଠୁ ଢ଼େର ଅଧିକ ତାଙ୍କ ମୃତ୍ୟୁର କାରଣ ଜାଣିବା ଲାଗି ଆଗ୍ରହ ପ୍ରକାଶ କରୁଛନ୍ତି । ସେପଟେ ଦୁବାଇ ପୁଲିସ ପକ୍ଷରୁ ଏହି ମାମଲାର ତଦନ୍ତ ଫାଇଲକୁ ବନ୍ଦ କରି ଦିଆଯାଇଛି । ଏହାସହ ମରଶରୀରକୁ ଭାରତ ପଠାଇ ଦିଆଯାଇଛି । ତେବେ ମାମଲା ବନ୍ଦ ହୋଇ ଯାଇଥିଲେ ହେଁ ଶ୍ରୀଙ୍କ ମୃତ୍ୟୁକୁ ନେଇ ଉଠିଥିବା ଅନେକ ପ୍ରଶ୍ନର ଉତ୍ତର ଏବେ ବି ତାଙ୍କର ଫ୍ୟାନମାନେ ଖୋଜୁଛନ୍ତି । ସେମାନଙ୍କ ମୁହଁରେ କେବଳ ଗୋଟିଏ କଥା ଶ୍ରୀଙ୍କ ଭଳି ଜଣେ ଡେଙ୍ଗା ଓ ହୃଷ୍ଟପୁଷ୍ଟ ମହିଳା କେମିତି ପାଣିଟବ୍ରେ ବୁଡ଼ି ମୃତ୍ୟୁବରଣ କଲେ? ଶନିବାର ବିଳମ୍ବିତ ରାତିରେ ସବୁଦିନ ପାଇଁ ଦୁନିଆକୁ ଅଲବିଦା କହିଥିବା ଶ୍ରଦେବୀ ଆଜି ପଞ୍ଚଲୀନରେ ମିଶି ଯାଇଛନ୍ତି ସତ କିନ୍ତୁ ଆଜି ବି ସାରା ଦେଶ ସେହି ହାୱାହାୱା ଗୀତର ଷ୍ଟାରଙ୍କୁ ଝୁରୁଛନ୍ତି ।
୫ଟି କଥା ଘଟଣାକୁ ରହସ୍ୟାବୃତ୍ତ କରୁଛି
୧: ପ୍ରଥମେ କୁହାଯାଇଥିଲା ଶ୍ରୀଙ୍କ ମୃତ୍ୟୁ ହୃଦଘାତ ଜନିତ । ଏପରି କି ହସ୍ପିଟାଲ୍କୁ ଶ୍ରୀଙ୍କୁ ନେବା ବେଳେ କିଏ ତାଙ୍କ ପାଖରେ ସେଦିନ ଉପସ୍ଥିତ ଥିଲେ, ତାକୁ ନେଇ ଉଠିଛି ପ୍ରଶ୍ନ? ପ୍ରକୃତରେ କିଛି ଲୋକ ଶ୍ରୀଙ୍କୁ ଅଚେତ୍ ଅବସ୍ଥାରେ ହୋଟେଲ୍ କର୍ମଚାରୀମାନେ ଦେଖିଥିବା କହୁଥିବା ବେଳେ ଆଉ କିଛି ଲୋକ ଶ୍ରୀଙ୍କ ପ୍ରଯୋଜକ ସ୍ୱାମୀ ବୋନି କପୁର ଦେଖିଥିଲେ ବୋଲି କହୁଛନ୍ତି । କିନ୍ତୁ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ
୨: ଶ୍ରୀଙ୍କ ଶବ ବ୍ୟବଚ୍ଛେଦ କରିବାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି । ଶ୍ରୀଙ୍କୁ ହସ୍ପିଟାଲ ନେବାରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ହେଲେ ତାଙ୍କ ଶବ ବ୍ୟବଚ୍ଛେଦ ପ୍ରିଭେନଟିଭ ମେଡିସିନ ଟିମ ଦ୍ୱାରା କରାଯାଇଥିଲା । ପ୍ରକୃତରେ ଶବ ବ୍ୟବଚ୍ଛେଦ ଫରେନ୍ସିକ ବିଶେଷଜ୍ଞମାନଙ୍କ ଦ୍ୱାରା ହୋଇଥାଏ ।
୩: କ’ଣ ପାଇଁ ଡାକ୍ତର ଜଣକ ପ୍ରାଥମିକ ଅବସ୍ଥାରେ ଜାଣିପାରିଲେ ନାହିଁ ଯେ ଶ୍ରୀଙ୍କ ମୃତ୍ୟୁ ପାଣିରେ ବୁଡ଼ିରେ ହୋଇଛି ବୋଲି? ସେ ପ୍ରଥମେ କାହିଁକି ଶ୍ରୀଙ୍କର ମୃତ୍ୟୁ ହୃଦଘାତରେ ହୋଇଛି ବୋଲି ରିପୋର୍ଟ ଦେଲେ?
୪: ଏବେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଯଦି ଶ୍ରୀଙ୍କ ସ୍ୱାମୀ ବୋନି କପୁର ଭାରତ ଫେରି ଆସିଥିଲେ, ହଠାତ୍ ପୁଣି କାହିଁକି ଦୁବେଇ ଫେରିଥିଲେ? ବୋନି ଯେଉଁ ଦିନ ସକାଳେ ଭାରତ ଆସିଥିଲେ, ପୁଣି ସେହିଦିନ ସନ୍ଧ୍ୟାରେ କାହିଁକି ଶ୍ରୀ ରହୁଥିବା ହୋଟେଲ କାହାକୁ କିଛି ପୂର୍ବ ସୂଚନା ନ ଦେଇ ପହଞ୍ଚିଥିଲେ?
୫: ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ହେଲା, ଯେଉଁ ଫିଲ୍ମ ଇଣ୍ଡଷ୍ଟ୍ରୀ ଓ ରାଜନେତାମାନଙ୍କ ସହ ଶ୍ରୀଙ୍କର ଅତି ଘନିଷ୍ଠତା ଥିଲା, ସେମାନେ ନାନା ପ୍ରଶ୍ନ ଉଠାଇ ଘଟଣାକୁ ଆହୁରି ରହସ୍ୟାବୃତ୍ତ କରିଛନ୍ତି । କୋରିୟର ଗ୍ରାଫର ସରୋଜ ଖାନ କହିଛନ୍ତି, ଶ୍ରୀଦେବୀଙ୍କ ଭଳି ଜଣେ ମହିଳା କେମିତି ବାଥଟବରେ ବୁଡ଼ି ପ୍ରାଣ ହରାଇବେ? ସିମି ଗାରେୱାଲ ମଧ୍ୟ ଶ୍ରୀଦେବୀ ଓ ହ୍ୱିଟିନ ହୋଷ୍ଟନଙ୍କ ମୃତ୍ୟୁ ମଧ୍ୟରେ ଥିବା ସାମଞ୍ଜସ୍ୟକୁ ଉଠାଇ ଘଟଣାକୁ ଆହୁରି ବିବାଦୀୟ ମୋଡ଼ରେ ଛିଡ଼ା କରି ଦେଇଛନ୍ତି । ଏମାନଙ୍କ ବ୍ୟତିତ ୟୁଏଇର ଦୁଇଟି ମିଡିଆ ହାଉସ ମଧ୍ୟ ଯେଉଁ ପ୍ରଶ୍ନ ଉଠାଇଛନ୍ତି, ତାହାକୁ ଜାଣିବା ପରେ ଶ୍ରୀଙ୍କ ଫ୍ୟାନମାନଙ୍କ ମଧ୍ୟରେ ଅନେକ ପ୍ରଶ୍ନ ଉଠିଛି । ଖାଲେଜ୍ ଟାଇମ୍ସ ଓ ଗୁଲ୍ଫ ନ୍ୟୁଜ ବୋନି କପୁରଙ୍କ ବାବଦରେ ଦୁଇଟି ଭିନ୍ନ ଭିନ୍ନ ମତ ପ୍ରକାଶ କରିଛନ୍ତି । ଗଲଫ ନ୍ୟୁଜର କହିବା ଅନୁଯାୟୀ, ଶ୍ରୀଦେବୀଙ୍କ ପ୍ରଯୋଜକ ସ୍ୱାମୀ ବୋନି କପୁରଙ୍କୁ ପୁଲିସ୍ ୩ ଘଣ୍ଟା କାଳ ବିଭିନ୍ନ ସଂକ୍ରାନ୍ତରେ ପଚରାଉଚରା କରିଛି । କିନ୍ତୁ ଖାଲେଜ୍ ଟାଇମ୍ସର ଖବର ଅନୁଯାୟୀ, ପୁଲିସ କେବଳ ବୋନି କପୁରଙ୍କ ଷ୍ଟେଟମେଣ୍ଟକୁ ରେକର୍ଡ କରିଛି । ଏସବୁକୁ ନେଇ ଅନେକ ପ୍ରଶ୍ନ ଏବେ ଅସମାହିତ ଅବସ୍ଥାରେ ରହିଛି ।
ସ୍ୱାମୀ ଓ ରାମ ଗୋପାଲ ଉଠାଇଲେ ପ୍ରଶ୍ନ
ବରିଷ୍ଠ ବିଜେପି ନେତା ତଥା ସାଂସଦ ସୁବ୍ରମଣିଅନ ସ୍ୱାମୀ ଓ ଫିଲ୍ମ ନିର୍ମାତା ରାମ ଗୋପାଲ ବର୍ମା ଆଜି ଶ୍ରୀଦେବୀଙ୍କ ମୃତ୍ୟୁକୁ ନେଇ ଅନେକ ପ୍ରଶ୍ନ ଉଠାଇଛନ୍ତି । ଏପରି କି ଶ୍ରୀଙ୍କର ମୃତ୍ୟୁ ହୋଇ ନାହିଁ ବରଂ ତାଙ୍କୁ ହତ୍ୟା କରାଯାଇଛି ବୋଲି ସ୍ୱାମୀ ମତ ଦେଇଛନ୍ତି ।
ଯଦି କେହି ମୋତେ ଶ୍ରୀଙ୍କ ମୃତ୍ୟୁ ବାବଦରେ ପଚାରେ, ତା’ହେଲେ ମୁଁ ଗୋଟିଏ କଥା କହିବି, ଶ୍ରୀ ଦେବୀଙ୍କୁ ହତ୍ୟା କରାଯାଇଛି । ତେବେ ସରକାରୀ ଭାବେ ଏହାର ଘୋଷଣାକୁ ଅପେକ୍ଷା କରିବା ଦରକାର । ମିଡିଆରେ ଏବେ ଯେଉଁ ସବୁ ଖବର ପ୍ରକାଶ ପାଉଛି, ସେଥିରେ ବିଶ୍ୱାସ କରାଯାଇ ନପାରେ । ସେ କେବେ ହେଲେ କଡ଼ା ମଦ ପିଉନଥିଲେ । ତାଙ୍କ ଶରୀରରେ ମଦର ନମୁନା ଆସିଲା କୁଆଡ଼ୁ? ହୋଟେଲ୍ରେ ଲାଗିଥିବା ସିସିଟିଭି ଗଲା କୁଆଡ଼େ? ହଠାତ୍ ଡାକ୍ତର କିଛି ବି ତଜର୍ମା କଲେ ନାହିଁ ଏବଂ ସଙ୍ଗେସଙ୍ଗେ ମିଡିଆ ସାମ୍ନାରେ ଆସି ଶ୍ରୀଙ୍କ ମୃତ୍ୟୁ ହୃଦ୍ଘାତରେ ହୋଇଛି ବୋଲି କହିଲେ କ’ଣ ପାଇଁ? ସିନେମା ଅଭିନେତ୍ରୀ ଓ ଅଣ୍ଡର ୱାଲର୍ଡ ଡନ ଦାଉଦ ଇବ୍ରାହିମ ମଧ୍ୟରେ ଯେଉଁ ସମ୍ପର୍କ ରହିଛି, ତାହା ହେଉଛି ଅବୈଧ । ଏହି ସମ୍ପର୍କକୁ ଏବେ ଧ୍ୟାନ ଦେବାକୁ ପଡ଼ିବ । ବାଥଟବରେ ପଡ଼ି ପ୍ରାଣ ହରାଇବା କଥାକୁ ସହଜରେ ବିଶ୍ୱାସ କରି ହେଉନାହିଁ । ଯେଉଁ ପର୍ଯ୍ୟନ୍ତ ଜଣେ ଧକ୍କା ନ ଦେବ କିମ୍ବା ଆପଣଙ୍କର ନିଶ୍ୱାସପ୍ରଶ୍ୱାସ ବନ୍ଦ ନ କରିବ ସେ ପର୍ଯ୍ୟନ୍ତ କେବେ ହେଲେ ଜଣେ ପ୍ରାଣ ହରାଇପାରିବ ନାହିଁ । : ସୁବ୍ରମଣିଅନ୍ ସ୍ୱାମୀ, ବରିଷ୍ଠ ବିଜେପି ନେତା
ରାମ ଗୋପାଲ ବର୍ମା: ଭଗବାନ ଏତେ ନିଷ୍ଠୁର ଯେ ଭଗବାନଙ୍କ ଭଳି ଦିଶୁଥିବା ଶ୍ରୀଦେବୀଙ୍କୁ ଆମ ପାଖରୁ ଛଡ଼ାଇ ନେଲେ । ବିଗତ ଦିନର ଏକ ମୂର୍ତ୍ତିଙ୍କୁ ଆମେ ଏବେ ସମ୍ମାନ ଜଣାଇବୁ । ସେ କ’ଣ ଏଗୁଡ଼ିକୁ ଦେଖିପାରିବେ? ଶ୍ରୀଦେବୀ ପିଲାଟି ବେଳୁ କେମିତି ସଂଘର୍ଷ ଓ କଷ୍ଟ ସହି ଜୀବନ ବିତାଉଥିଲେ, ତାହା ଜାଣିବା ଦରକାର । ସେ ଉପରୁ ହସୁଥିଲେ ମଧ୍ୟ ଭିତରେ ଭିତରେ ଅନେକ କଷ୍ଟ ସହୁଥିଲେ । ବୋନି କପୁରଙ୍କୁ ବାହା ହେବା ପରେ ତାଙ୍କ ଉପରେ ଅନେକ ଆକ୍ରମଣ କରାଯାଇଛି । ହେଲେ ସେ କେବେ ହେଲେ ଏଥିରେ ଭାଙ୍ଗି ପଡ଼ିନଥିଲେ । କେବେ ହେଲେ ମଦ ପିଉ ନଥିଲେ କିନ୍ତୁ ଏବେ ହଠାତ୍ ସେ କେମିତି ମଦ ପିଇ ପ୍ରାଣ ହରାଇଲେ?
JUST IN
-
ଘୋଷଯାତ୍ରାରେ ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଛି ବଡଦାଣ୍ଡ | 07 Jul 2024
-
ଆସନ୍ତାକାଲି ଘୋଷଯାତ୍ରା, ରଥଖଳାକୁ ବିଜେ ହୋଇଛି ଆଜ୍ଞାମାଳ | 06 Jul 2024
-
ଆଜି ଅଣସରର ଦ୍ୱାଦଶୀ ତିଥି, ଶ୍ରୀଜୀଉଙ୍କର ରାଜପ୍ରାସାଦ ବିଜେ ନୀତି | 03 Jul 2024
-
ରାଜ୍ୟରେ ପ୍ରବଳ ବର୍ଷିବ, ଆସୁଛି ୨ଟି ଲଘୁଚାପ | 03 Jul 2024
-
ଅଣସର ଘରେ ଶ୍ରୀଜିଉ: ଗୁପ୍ତ ଚିକିତ୍ସା କରୁଛନ୍ତି ସେବାୟତ | 30 Jun 2024
-
ଅଣସର ଘରେ ଶ୍ରୀଜିଉଙ୍କର ଚାଲିଛି ଗୁପ୍ତ ଚିକିତ୍ସା | 29 Jun 2024
-
ଟି-୨୦ ବିଶ୍ୱକପ ୨୦୨୪; ଭାରତ-ଦ.ଆଫ୍ରିକା ହେବେ ମୁହାଁମୁହିଁ | 29 Jun 2024
-
ଆଜିଠୁ ଆରମ୍ଭ ଅମରନାଥ ଯାତ୍ରା | 29 Jun 2024
-
ସକ୍ରିୟ ରହିଛି ଘୂର୍ଣ୍ଣିବଳୟ, ଆଜି ବି ବର୍ଷିବ | 28 Jun 2024
-
OSSTET ପରୀକ୍ଷା ଫଳ ପ୍ରକାଶ | 19 Jun 2024
-
ଆଜି ଚାଷୀଙ୍କ ଖାତାକୁ ଆସିବ ପିଏମ କିଷାନ ଟଙ୍କା | 18 Jun 2024
-
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ନେଇ ସମୀକ୍ଷା କରିବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ | 17 Jun 2024