ମୁମ୍ବାଇ (ଏଟିଆର ବ୍ୟୁରୋ); ପୁଣି ଜଣେ ହିରୋଇନ ଆତ୍ମହତ୍ୟା କରିଛନ୍ତି । ନୂଆବର୍ଷ ଆରମ୍ଭରୁ ଗୋଟିଏ ପରେ ଗୋଟିଏ ଏଭଳି ଅଘଟଣ ନଜରକୁ ଆସୁଛି । ଓଡିଶାରେ ଦୁଇଜଣ ନାୟିକାଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଥିବା ବେଳେ ନିକଟରେ ଅନ୍ୟ ଜଣେ ତାମିଲ ନାୟିକା ମଧ୍ୟ ଆତ୍ମହତ୍ୟା କରିଥିବା ନଜରକୁ ଆସିଥିଲା । ଏହିସବୁ ନାୟିକାମାନଙ୍କ ମୃତ୍ୟୁ ପଛରେ ପ୍ରେମିକଙ୍କ ନାମ ରହିଛି । ତେବେ ଏବେ ଯେଉଁ ଖବର ଆସିଛି ଏହି ଘଟଣାରେ ମଧ୍ୟ ନାୟିକାଙ୍କ ପ୍ରେମିକ ନାମ ଯୋଡି ହୋଇଛି । ମୃତକ ନାୟିକା ହେଲେ ଶିଲା ଯେବରାନି । ସେ ୨୦୧୬ ମସିହାରେ ଦକ୍ଷିଣୀ ଫିଲ୍ମ ଧୁରୁବଙ୍ଗଲ ଜରିଆରେ ଡେବ୍ୟୁ କରିଥିଲେ ।
ଶିଲାଙ୍କର ବହୁତ ହିଟ ଫିଲ୍ମ ରହିଥିବା ବେଳେ ତାଙ୍କୁ ଦର୍ଶକମାନେ ମଧ୍ୟ ବହୁତ ଭଲ ପାଇବା ଦେଉଥିଲେ । ଶିଲା ମୋହନ ନାମକ ଜଣେ ଯୁବକଙ୍କୁ ପ୍ରେମ କରୁଥିଲେ । ତେବେ ପ୍ରେମିକ ବାହା ହେବା ପାଇଁ ମନା କରିବା ପରେ ସେ ଆତ୍ମହତ୍ୟା କରିଥିବା ଜଣା ପଡିଛି । ଶିଲା ଘରେ ବେକରେ ଣଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ସେ ଆତ୍ମହତ୍ୟା କରିବା ପୂର୍ବରୁ ଏକ ସୁଇସାଇଡ ନୋଟ ଲେଖିଛନ୍ତି । ଯେଉଁଥିରେ ଲେଖାଅଛି ମୋ ମୃତ୍ୟୁ ପାଇଁ ମୋହନ ଦାୟୀ । ଏବଂ ସେ ଆତ୍ମହତ୍ୟା କରିବା ପୂର୍ବରୁ ତାଙ୍କ ମାଙ୍କୁ ମଧ୍ୟ ହ୍ୱାଟ୍ସଆପରେ ମେସେଜ କରିଛନ୍ତି କି ମୋତେ ମୋହନ ବିବାହ କରିବା ପାଇଁ ଚାହୁଁନି । ମୁଁ ଆତ୍ମହତ୍ୟା କରୁଛି । ମୋ ମୃତ୍ୟୁ ପରେ ସେ କଠୋର ଦଣ୍ଡ ପାଇବ ।
ତେବେ ପୋଲିସ ଏହି ଖବର ପାଇବା ପରେ ଶବକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇ ଦେଇଛି । ସୁଇସାଇଡ ନୋଟ ଏବଂ ମୋବାଇଲ ଫୋନକୁ ଜବତ କରିଛି । ବ୍ୟବଛେଦ ରିପୋର୍ଟ ଆସିବା ପରେ ତଦନ୍ତ ବଳବତର ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ତେବେ ପ୍ରିୟ ନାୟିକାଙ୍କ ମୃତ୍ୟୁ ଖବର ଶୁଣିବା ପରେ ଦୁଃଖ ପ୍ରକାଶ କରିଛନ୍ତି ବହୁ ସିନେ ପ୍ରେମୀ ।