ମୁମ୍ବାଇ (ଏଟିଆର ବ୍ୟୁରୋ): ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲଙ୍କ ନାଁ ଶୁଣିଲା ମାତ୍ରେ ହଟ୍ନେସର ନୂତନ ପରିଭାଷା ମନେ ପଡିଯାଇଥାଏ । ଉର୍ବଶୀ ସର୍ବଦା ସୋସିଆଲ ମିଡିଆରେ ସକ୍ରିୟ ରହିବା ସହ ତାଙ୍କର ଲାଟେଷ୍ଟ ଫଟୋ ପାଇଁ ଟପ୍ ରେ ରହିଥାନ୍ତି । ପ୍ରତ୍ୟେକ ଦିନ କିଛି ନା କିଛି ଫଟୋ ସେୟାର କରି ଚର୍ଚ୍ଚାରେ ଥାନ୍ତି ଉର୍ବଶୀ । ଠିକ୍ ସେହିପରି କ୍ରିସମାସ ଅବସରରେ ସେ ପୁଣି ଏକ ଫଟୋ ସେୟାର କରିଛନ୍ତି ।
ଉର୍ବସୀଙ୍କ ଏହି ଲୁକ୍ କୁ ଦେଖି ଫ୍ୟାନ୍ସମାନଙ୍କ ଆଖି ଲାଖି ଯାଇଛି । ଆଜ୍ଞା ହଁ ଆଜି ଚାରିଆଡେ କ୍ରିସମାସର ମାହୋଲ । ଏହି ଅବସରରେ ଉର୍ବଶୀ ମଧ୍ୟ କ୍ରିସମାସ ପାଳନ କରି ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏଥିରେ ସେ କ୍ରିସମାସ ଟ୍ରି ସାମ୍ନାରେ ଠିଆହୋଇ ଖୁବ୍ ସୁନ୍ଦର ଅବତାରରେ ନଜର ଆସୁଛନ୍ତି ।
ପ୍ରତ୍ୟେକ ବ୍ୟକ୍ତି ଉର୍ବଶୀଙ୍କ ଏହି ଲୁକ୍ କୁ ପସନ୍ଦ କରୁଛନ୍ତି । ଫଟୋ ସେୟାର କରିବାର ଅଧା ଘଣ୍ଟା ମଧ୍ୟରେ ୬୫ ଲକ୍ଷ ଲାଇକ ମିଳିସାରିଲାଣି । ସିଧା କହିବାକୁ ଗଲେ ନିଆଁ ବ୍ୟାପିଲା ଭଳି ବଢି ଚାଲିଛି ଲାଇକ୍ । ଏପର୍ଯ୍ୟନ୍ତ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ଏକ କୋଟିରୁ ଅଧିକ ଫଲୋର୍ସ ହୋଇସାରିଲେଣି ।