ମୁମ୍ବାଇ(ଏଟିଆର ବ୍ୟୁରୋ): ହିନ୍ଦି ସିନୋଜଗତର ପ୍ରଖାତ୍ୟ ନୃତ୍ୟ ନିର୍ଦ୍ଦେଶକ ସରୋଜ୍ ଖାନ୍ ଙ୍କ ପରଲୋକ ହୋଇଛି । ଗତକାଲି ବିଳମ୍ବିତ ରାତିରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା । ହୃଦଘାତରେ ସରୋଜଙ୍କର ମୃତ୍ୟୁ ହୋଇଥିବାର ଜଣାପଡିଛି । ଡାଇବେଟିସ୍ ଓ ଏହା ଜନିତ ଅନେକ ସମସ୍ୟା ଯୋଗୁ ଗତ ମାସରୁ ତାଙ୍କୁ ମୁମ୍ୱାଇର ଗୁରୁ ନାନକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସରୋଜ ଖାନ ୧୯୬୮ରୁ ୨୦୧୯ ମଧ୍ୟରେ ହଜାର ହଜାର ସଂଖ୍ୟାରେ ବଲିଉଡ ଫିଲ୍ମରେ କୋରିଓଗ୍ରାଫର ଭୂମିକା ତୁଲାଇଥିଲେ ।
ସେ ୨୦୦୦ରୁ ଅଧିକ ଗୀତରେ ନୃତ୍ୟନିର୍ଦ୍ଦେଶନା ଦେଇଥିଲେ। ସରୋଜ ଖାନଙ୍କୁ ୨୦୦୭ରେ ରିଲିଜ ‘ଜବ ୱି ମିଟ’ ପାଇଁ ଶ୍ରେଷ୍ଠ କୋରିଓଗ୍ରାଫର ଜାତୀୟ ଫିଲ୍ମ ପୁରସ୍କାର, ଫିଲ୍ମ ଗୁର ପାଇଁ ଫିଲ୍ମଫେୟାର ପୁରସ୍କାର, ୨୦୦୨ରେ ରିଲିଜ ଦେବଦାସ ପାଇଁ ଫିଲ୍ମ ଫେୟାର ପୁରସ୍କାର ମିିଳିଥିଲା । ସେହିପରି ସେ ଫିଲ୍ମ ‘ଲଗାନ’ ପାଇଁ ଆମେରିକୀୟ କୋରିଓଗ୍ରାଫୀ ପୁରସ୍କାର ପାଇଥିଲେ । କୋରିଓଗ୍ରାଫର ଭାବରେ ୭୧ ବର୍ଷ ବୟସ୍କ ସରୋଜ ଖାନଙ୍କ ଶେଷ ଚଳଚ୍ଚିତ୍ର ଥିଲା ‘କଳଙ୍କ’।