ଫ୍ଲୋରିଡା (ଏଟିଆର ବ୍ୟୁରୋ): ଘୋଷଣା ହୋଇଛି ୬୯ତମ ମିସ ୟୁନିଭର୍ସ ଆନ୍ତର୍ଜାତୀୟ ପ୍ରତିଯୋଗିତାର ଫଳାଫଳ । ଏହାର ଟାଇଟେଲ ହାତେଇଛନ୍ତି ମେକ୍ସିକୋ ସୁନ୍ଦରୀ ଆଣ୍ଡ୍ର୍ରିଆ ମେଜା । ପ୍ରତିଯୋଗିତାରେ ସମସ୍ତଙ୍କୁ ପଛରେ ପକାଇ ନିଜ ନାଁରେ ଟାଇଟେଲ କରିଛନ୍ତି ଆଣ୍ଡ୍ରିଆ । ବ୍ରାଜିଲର ଜୁଲିଆ ଗାମା ଏବଂ ମେକ୍ସିକୋର ଆଣ୍ଡ୍ରିଆଙ୍କ ମଧ୍ୟରେ କଡା ଟକ୍କର ହୋଇଥିଲା । କିନ୍ତୁ ଜୁଲିଆ ଗାମା ପଛରେ ରହିଯାଇଥିଲେ ଏଥିରେ ବାଜି ମାରିଥିଲେ ଆଣ୍ଡ୍ରିଆ ।
ରନର୍ସଅପ ହୋଇଥିଲେ ଜୁଲିଆ ଗାମା । ପୂର୍ବତନ ମିସ ୟୁନିଭର୍ସ ଜୋଜିବିନି ତୁଞ୍ଜି ଆଣ୍ଡ୍ର୍ରିଆ ମେଜାଙ୍କୁ ୟୁନିଭର୍ସର କ୍ରାଉନ ପିନ୍ଧାଇଥିଲେ ।
ଅନ୍ୟପଟେ ଏହି ପ୍ରତିଯୋଗିତାର ପଞ୍ଚମ ସ୍ଥାନରେ ରହିଛନ୍ତି ଭାରତର ୨୨ ବର୍ଷିୟା ଏଡଲିନ କାଷ୍ଟାଲିନୋ ।