ଭୁବନେଶ୍ୱର,(ଏଟିଆରବ୍ୟୁରୋ): ଜଣେ ଦୁଇଜଣ ନୁହେଁ ଏକାସଙ୍ଗେ ୪୦କୋଟିରୁ ଅଧିକ ଲୋକଙ୍କ ଡାଟା ଲିକ ହୋଇଛି । ତାହା ପୁଣି ଫେସବୁକ ଜରିଆରେ । ବିଶ୍ୱାସ ହେଉନଥିଲେ ବି ଏଭଳି ଏକ ରିପୋର୍ଟ ଏବେ ସାମ୍ନାକୁ ଆସିଛି । ଆମେରିକା ଗଣମାଧ୍ୟମରେ ଏଭଳି ଏକ ରିପୋର୍ଟ ପ୍ରକାଶ ପାଇଛି ।
ଯେଉଁଥିରେ ୩ଦେଶର ୟୁର୍ଜସଙ୍କ ଡାଟା ଲିକ୍ ହୋଇଥିବା କୁହାଯାଉଛି । ଫୋନ ନମ୍ୱର ସହ ୟୁଜର୍ସଙ୍କ ଏଜେଣ୍ଡା, ଲୋକେସନ ମଧ୍ୟ ଲିକ ହୋଇଛି । ନ୍ୟୁଜ ୱେବସାଇଟ ଟେକ କ୍ରଞ୍ଚ ଅନୁସାରେ ଆମେରିକା, ଭିଏତନାମ ଏବଂ ବ୍ରିଟେନରେ ରହୁଥିବା ଲୋକେ ଏହା ଦ୍ୱାରା ପ୍ରଭାବିତ ହୋଇଛନ୍ତି । ଆମେରିକାରେ 13.3 କୋଟି ୟୁଜର୍ସ, ଭିଏତନାମରେ 5 କୋଟି ଏବଂ ବ୍ରିଟେନର 1.8 ଲୋକଙ୍କ ଡାଟା ଚୋରି ହୋଇଛି ।
ୱେବସାଇଟର କହିବା ଅନୁସାରେ ଫେସବୁକର ସର୍ଭର ପାସୱାର୍ଡ ସୁରକ୍ଷିତ ନଥିଲା, ଯାହା ଫଳରେ କେହି ବି ଡାଟାବେସର ଆକ୍ସସ ନେଇ ପାରୁଥିଲା । ବୁଧବାର ପର୍ଯ୍ୟନ୍ତ ଏହା ଏହିପରି ଥିଲା । ଫେସବୁକ ମଧ୍ୟ ଏହି ରିପୋର୍ଟର କିଛି ଅଂଶ ଉପରେ ସହମତି ପ୍ରଦାନ କରିଛି । ଏହାସହ ଫେସବୁକ ପକ୍ଷରୁ କୁହାଯାଇଛି ଯେ ଯେଉଁ ୟୁଜର୍ସ ମାନଙ୍କ ଡାଟା ଲିକ ହୋଇଛି ସେମାନଙ୍କ ସଂଖ୍ୟା 41.9 କୋଟିର ଅଧା । ସମାଚାର ଏଜେନ୍ସି ସହ କଥା ହୋଇ ଫେସବୁକର ମୁଖପାତ୍ର କହିଛନ୍ତି ଡାଟାସେଟକୁ ତଳକୁ ନିଆଯାଇଛି ଏବଂ ଏହାର କୌଣସି ପ୍ରମାଣ ନାହିଁ ଯେ ଡାଟା ଲିକ ହୋଇଛି ।