ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଗରମରୁ ବଞ୍ଚିବା ପାଇଁ ଓ ବିଜୁଳି ବିଲ ବଞ୍ଚାଇବାକୁ ଚାହୁଁଛନ୍ତି କି ? ବିନା ଏସିରେ ଏବେ ଘର କରିପାରିବେ ଥଣ୍ଡା ଓ ଏହା ସହିତ ଆପଣ ଥଣ୍ଡା ଅନୁଭବ କରିପାରିବେ ଜାଣନ୍ତୁ ଉପାୟ ।
ବରଫ କିମ୍ବା ଥଣ୍ଡା କପଡା – ବରଫ କିମ୍ବା କପଡାକୁ ଥଣ୍ଡା କରି ଗୋଇଠିରେ ୫ ମିନିଟ ପାଇଁ ରଖି ଦିଅନ୍ତୁ । ଏହାଦ୍ୱାରା ଶରୀରର ତାପମାତ୍ରା ୫୦ ପ୍ରତିଶତ ଯାଏଁ କମି ଯାଇଥାଏ । ଆପଣ ଥଣ୍ଟା ଅନୁଭବ କରି ପାରିବେ ।
ପରଦା ବ୍ୟବହାର କରିବା – ଝରକାରେ ପରଦା ନଲଗାଇଲେ ସୂର୍ୟ୍ୟ କିରଣ ସିଧାସଳଖ ଘର ଭିତରେ ପଡିଥାଏ । ଯାହାଫଳରେ ଘରର ତାପମାତ୍ରା ବଢି ଯାଇଥାଏ ତେଣୁ ଘର ଓ ଝରକାରେ ପରଦା ବ୍ୟବହାର କରି ଗରମ ୪୫ ପ୍ରତିଶତ କମ କରାଯାଇପାରେ ।
ଥଣ୍ଡା ପାଣି ବୋତଲ – କିଛି ଥଣ୍ଡା ପାଣି ବୋତଲକୁ ଡେସ୍କ ଫ୍ୟାନ ସାମ୍ନାରେ ରଖି ଦିଅନ୍ତୁ । ବୋତଲ ଦେଇ ଥଣ୍ଡା ପବନ ଆସିବ ଜ୍ଝ ଏହା ମଧ୍ୟ ଗରମରୁ ଆରାମ ଦେବ। କିଛି ବିଶେଷଜ୍ଞଙ୍କ ଅନୁଯାୟୀ ପାଣିରେ ଲୁଣ ପକାଇ ଫ୍ରିଜ କଲେ ଦୀର୍ଘ ସମୟ ଧରି ଗରମରୁ ରକ୍ଷା ପାଇହେବ ।
ନୀଳ ରଙ୍ଗ – ଆମେରିକାର ଏକ ରିସର୍ଚ୍ଚ ଅନୁଯାୟୀ, ଅନ୍ୟ ରଙ୍ଗ ଅପେକ୍ଷା ନୀଳ ରଙ୍ଗ ଦିଆଯାଇଥିବା କୋଠରୀ ବସିଲେ ଥଣ୍ଡା ଅନୁଭୂତ ହୋଇଥାଏ । ରିସର୍ଚ୍ଚ ଅନୁଯାୟୀ, ନୀଳ ରଙ୍ଗ ମନୋବୈଜ୍ଞାନିକଙ୍କ ଅନୁସାରେ ଲୋକଙ୍କୁ ଶାନ୍ତି ଦେଇଥାଏ । ସେଥିପାଇଁ ଥଣ୍ଡା ଅନୁଭୂତ ହୋଇଥାଏ ।
ଅଧିକ ମାତ୍ରାରେ ପାଣି – ଶରୀରରେ ସାମାନ୍ୟ ଡିହାଇଡ୍ରେସନ୍ ଶରୀରର ତାପମାତ୍ରା ନିୟନ୍ତ୍ରଣ କରିବାର କ୍ଷମତା ଉପରେ ମଧ୍ୟ ପ୍ରଭାବ ପକାଇପାରେ । ଆମେରିକାର ଏକ ରିସର୍ଚ୍ଚ ଅନୁସାରେ ଯଦି ଶରୀରରେ ଡିହାଇଡ୍ରେସନ୍ ହୁଏ ତାହେଲେ ପରିସ୍ରା ହଳଦିଆ ହୋଇଥାଏ । ସେଥିପାଇଁ ଅଧିକ ପାଣି ପିଇବା ଆବଶ୍ୟକ । ଅତିକମରେ ଦିନକୁ ୬ ରୁ ୮ ଗ୍ଲାସ ପାଣି ପିଇବା ଆବଶ୍ୟକ ।
ଥଣ୍ଡା ଚାଦର – ନିଜ ଚାଦର ଓ ତକିଆକୁ ଏକ ପ୍ଲାଷ୍ଟିକ ବ୍ୟାଗରେ ଭର୍ତ୍ତି କରି ତାକୁ କିଛି ସମୟ ଯାଏଁ ଫ୍ରିଜରେ ରଖି ଦିଅନ୍ତୁ । ଶୋଇବାର କିଛି ସମୟ ପୂର୍ବରୁ ଏହାକୁ ବାହାର କରି ବ୍ୟବହାର କରନ୍ତୁ । ଗରମରୁ ଆରାମ ମିଳିବ ସହ ଶୋଇବାକୁ ମଧ୍ୟ ଭଲ ଲାଗିବ ।
ଥଣ୍ଡା ପାଣିରେ ପୁଦିନା ପତ୍ର ମିଶାଇ ପିଅନ୍ତୁ – ଆପଣ ଥଣ୍ଡା ପାଣିରେ ପୁଦିନା ଓ ଅଦା ରସ ମିଶାଇ ପିଅନ୍ତୁ, ଏହା ଦ୍ୱାରା ଆପଣଙ୍କ ପେଟ ଥଣ୍ଡା ରହିବ ଓ ପାଚନ ଶକ୍ତି ଅଧିକ ହେବ ।
JUST IN
-
ଘୋଷଯାତ୍ରାରେ ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଛି ବଡଦାଣ୍ଡ | 07 Jul 2024
-
ଆସନ୍ତାକାଲି ଘୋଷଯାତ୍ରା, ରଥଖଳାକୁ ବିଜେ ହୋଇଛି ଆଜ୍ଞାମାଳ | 06 Jul 2024
-
ଆଜି ଅଣସରର ଦ୍ୱାଦଶୀ ତିଥି, ଶ୍ରୀଜୀଉଙ୍କର ରାଜପ୍ରାସାଦ ବିଜେ ନୀତି | 03 Jul 2024
-
ରାଜ୍ୟରେ ପ୍ରବଳ ବର୍ଷିବ, ଆସୁଛି ୨ଟି ଲଘୁଚାପ | 03 Jul 2024
-
ଅଣସର ଘରେ ଶ୍ରୀଜିଉ: ଗୁପ୍ତ ଚିକିତ୍ସା କରୁଛନ୍ତି ସେବାୟତ | 30 Jun 2024
-
ଅଣସର ଘରେ ଶ୍ରୀଜିଉଙ୍କର ଚାଲିଛି ଗୁପ୍ତ ଚିକିତ୍ସା | 29 Jun 2024
-
ଟି-୨୦ ବିଶ୍ୱକପ ୨୦୨୪; ଭାରତ-ଦ.ଆଫ୍ରିକା ହେବେ ମୁହାଁମୁହିଁ | 29 Jun 2024
-
ଆଜିଠୁ ଆରମ୍ଭ ଅମରନାଥ ଯାତ୍ରା | 29 Jun 2024
-
ସକ୍ରିୟ ରହିଛି ଘୂର୍ଣ୍ଣିବଳୟ, ଆଜି ବି ବର୍ଷିବ | 28 Jun 2024
-
OSSTET ପରୀକ୍ଷା ଫଳ ପ୍ରକାଶ | 19 Jun 2024
-
ଆଜି ଚାଷୀଙ୍କ ଖାତାକୁ ଆସିବ ପିଏମ କିଷାନ ଟଙ୍କା | 18 Jun 2024
-
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ନେଇ ସମୀକ୍ଷା କରିବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ | 17 Jun 2024