ନୂଆ ଦିଲ୍ଲୀ (ଏଟିଆର ବ୍ୟୁରୋ): ରକ୍ଷା ବନ୍ଧନକୁ ନେଇ ପ୍ରଧାନ ମନ୍ତ୍ରୀଙ୍କ ନୂଆ ଉପହାର । ରକ୍ଷା ବନ୍ଧନ ଅବସରରେ ଶସ୍ତା ସୁନା କିଣିବା ପାଇଁ ସୁଯୋଗ ଦେଲେ ମୋଦି ସରକାର ।
ଅଗଷ୍ଟ ମାସ ଆରମ୍ଭ ହୋଇଛି, ଏହି ମାସର ପ୍ରଥମ ସୋମବାର, ଅଗଷ୍ଟ ୩ରେ ରକ୍ଷା ବନ୍ଧନ । ତେଣୁ ଏକ ସ୍ୱତନ୍ତ୍ର ଯୋଜନା ଅନ୍ତର୍ଗତ ଶସ୍ତା ସୁନା କିଣିବାକୁ ମୋଦୀ ସରକାର ସୁଯୋଗ ଦେଇଛନ୍ତି।
ଶସ୍ତା ସୁନା କିଣି ନିଜର ଭଉଣୀକୁ ଏକ ଭଲ ଉପହାର ଦେଇ ହେବ ତେଣୁ ପ୍ରଧାନ ମନ୍ତ୍ରୀ ସୁନା ଦର କମାଇଛନ୍ତି ।ବାସ୍ତବରେ କହିବାକୁ ଗଲେ ଏହା ସରକାରଙ୍କର ଗୋଲ୍ଡ ବଣ୍ଡ୍ ଯୋଜନା । ସରକାରଙ୍କ ସୋଭେରେନ ବା ସାର୍ବଭୌମ ଗୋଲ୍ଡ ବଣ୍ଡ୍ ଯୋଜନା ଅଗଷ୍ଟ ୩ ରୁ ପୁଣି ଥରେ ଆରମ୍ଭ ହେବାକୁ ଯାଉଛି। ଏହି ବଣ୍ଡ ସ୍କିମ୍ ଅନୁଯାୟୀ ସୁନା ମୂଲ୍ୟ ଗ୍ରାମ ପିଛା ୫,୩୩୪ଟଙ୍କା ଧାର୍ୟ୍ୟ କରାଯାଇଛି।
ଯେଉଁମାନେ ଅନଲାଇନରେ ସୁନା କିଣିବେ ସେମାନେ ପ୍ରତି ଗ୍ରାମରେ ୫୦ ଟଙ୍କା ରିହାତି ପାଇବେ, ଯେଉଁଥିପାଇଁ ସୁନା ମୂଲ୍ୟ ୫,୨୮୪ ଟଙ୍କା ହେବ। ଏହାର ଅର୍ଥ ହେଉଛି ଯଦି ଆପଣଙ୍କୁ ୧୦ ଗ୍ରାମ ସୁନା କିଣିବାକୁ ପଡିବ, ତେବେ ଆପଣଙ୍କୁ ୫୨ ହଜାର ୮୪୦ ଟଙ୍କା ଦେବାକୁ ପଡିବ ।ଯଦି ଆପଣ ବଜାରରେ ଦଶ ଗ୍ରାମ ସୁନା ମୂଲ୍ୟ ବିଷୟରେ କୁହନ୍ତି, ତେବେ ଏହା ୫୪ ହଜାର ଟଙ୍କାରୁ ଅଧିକ କିନ୍ତୁ ମୋଦୀ ସରକାରୀ ଯୋଜନା ଅନୁଯାୟୀ ଆପଣ ଗୋଲ୍ଡ ବଣ୍ଡ୍ ହିସାବରେ ସୁନା କିଣି ପାରିବେ।
ଏହି ବଣ୍ଡକୁ ସର୍ବନିମ୍ନ ଏକ ଗ୍ରାମ ଏବଂ ସର୍ବାଧିକ ୪ କିଲୋଗ୍ରାମରେ କିଣାଯାଇପାରିବ ।
୨୦୨୦ର ଗୋଲ୍ଡ ବଣ୍ଡ୍ ଅନୁସାରେ ସୁନା କିଣିବା ପାଇଁ ଆପଣ ଡିଜିଟାଲ ପ୍ଲାଟଫର୍ମ ଆପଣାଇ ପାରିବେ । ନିରାପତ୍ତା ସହିତ ବ୍ୟାଙ୍କ, ନିର୍ଦ୍ଧାରିତ ଡାକଘର, ଷ୍ଟକ୍ ହୋଲଡିଂ କର୍ପୋରେସନ୍ ଅଫ୍ ଇଣ୍ଡିଆ, ଏନଏସଇ ଏବଂ ବିଏସଇରେ ରେ ଡିଜିଟାଲ୍ ଉପାୟରେ ଆବେଦନ କରିପାରିବେ ।
ରିଜର୍ଭ ବ୍ୟାଙ୍କ ଅଧୀନରେ ଆସୁଥିବା ଏହି ବଣ୍ଡର କାର୍ୟ୍ୟକାଳ ଆଠ ବର୍ଷ ଅଟେ। ପାଞ୍ଚ ବର୍ଷ ପରେ ଦିଆ ଯାଇଥିବା ତାରିଖ ଅନୁଯାୟୀ ଆପଣ ସୁଧ ହାର ଦେଇ ଏହି ଲୋନରୁ ମୁକୁଳି ପାରିବେ ।
ଯଦି ଆମେ ଏହି ଯୋଜନାର ଉଦ୍ଦେଶ୍ୟ ବିଷୟରେ ଆଲୋଚନା କରିବା, ତେବେ ସରକାର ଏହି ଲୋନ ମାଧ୍ୟମାରେ ସୁନା ଦର ବା ସୁନାର ଫିଜିକାଲ ଡିମାଣ୍ଡ କମ କରିବାକୁ ଚାହୁଁଛନ୍ତି । ବର୍ତ୍ତମାନ ଆପଣ ଅଗଷ୍ଟ ୭ ପର୍ୟ୍ୟନ୍ତ ମୋଦୀ ସରକାରଙ୍କର ଏହି ଯୋଜନାରେ ଯୋଗଦାନ କରିପାରିବେ। ଏହି ଗୋଲ୍ଡ ବଣ୍ଡ୍ ଯୋଜନା ପୁଣି ଥରେ ସେପ୍ଟେମ୍ବର ମାସରେ ଆସିବାର ସମ୍ଭାବନା ରହିଛି ।