ଚାରି ଆଡେ ଏବେ ଫ୍ୟାସନର ଫିଭର । ଫ୍ୟାସନ ଦୁନିଆରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ପାଇଁ ଯୁବ ପିଢିଙ୍କ ମଧ୍ୟରେ ବେଶ ଆଗ୍ରହ । ତେବେ ଏହି ଫ୍ୟାସନ ଓ ମଡଲିଙ୍ଗରେ ଓଡିଶାକୁ ଆଉ ଗୋଟିଏ ପାଦ ଆଗକୁ ନେବାକୁ ,ଭୁବନେଶ୍ୱର ସ୍ଥିତ ହୋଟେଲ ପଦ୍ମଜାରେ ଅନୁଷ୍ଠିତ ହୋଇଯାଇଛି ଇଣ୍ଡିଆ ଚାର୍ମିଙ୍ଗ ଫେସ୍ ଓଡିଶା୨୦୧୯ର ମେଗା ଅଡିସନ । ଏହି ମେଗା ଅଡିସନରେ ବଛାବଛା ୧୨ ଜଣ ପ୍ରତିଯୋଗୀ ଜଜେସଙ୍କୁ ଇମ୍ପ୍ରେସ କରିବା ପାଇଁ ସେମାନଙ୍କ ଜଲୱା ଦେଖାଇଛନ୍ତି ।
ପ୍ରଥମେ ଟପ ୧୨ ରୁ ବଛା ହୋଇଥିଲେ ଟପ ଟେନ । ପରେ ଟପ ୭ ଏବଂ ଶେଷରେ ଟପ ୫ । ଏହି ବିୟୁଟି ପାଜେଣ୍ଟ ସୋ’ରେ ବିଚାରକ ଭାବେ ନୃତ୍ୟଶିଳ୍ପୀ ସାଶ୍ୱତ ଯୋଶୀ,ଅଭିନେତ୍ରୀ ଦିବ୍ୟାଦିଶା ମହାନ୍ତି, ଅଭିନେତ୍ରୀ ପୁପୁଲ ଭୁୟାଁ, ମିସେସ୍ ଇଣ୍ଡିଆ ୨୦୧୯ ର ବିଜୟନୀ ସତରୂପା ଦାସ ଏବଂ ଅଭିନେତା ଅଭିଶେଖ ଗିରି ପ୍ରମୁଖ ଯୋଗ ଦେଇଥିଲେ । ସେହିଭଳି ଇଭେଣ୍ଟର ବ୍ରାଣ୍ଡ ଆମ୍ବାସାଡର ଲାବନ୍ୟା ଦାସ ଏବଂ ମେଣ୍ଟର ମୈତ୍ରୀ ମୋନାଲି ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଥମ ଥର ପାଇଁ ଓଡିଶାରେ ହୋଇଥିବା ଏହି ସୋ’ରେ ଇଣ୍ଡିଆ ଚାର୍ମିଙ୍ଗ ଫେସ୍ ଓଡିଶା ୨୦୧୯ ର ଟାଇଟଲ ହାତେଇଛନ୍ତ ମିସ୍ ନଗଜା ନିରଞ୍ଜନା । ସେହିଭଳି ଫାଷ୍ଟ ରନର୍ସ ଅପ୍ ଜାହ୍ନବି ପାଠକ ଏବଂ ସେକଣ୍ଡ ରନର୍ସ ଅପ୍ ଇପ୍ସିତା ଦାସ ହୋଇଛନ୍ତି।