ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆସୁଛନ୍ତି ମା’ ଦୁର୍ଗା , ଦୁର୍ଗତି ନାଶିନି , ମହିଶା ମର୍ଧିନୀ ମା’ ଦୁର୍ଗା । ପ୍ରତିବର୍ଷ ପରି ଏହି ବର୍ଷ ମଧ୍ୟ ପୂଜା ମଣ୍ଡପରେ ଓ ସମସ୍ତଙ୍କ ଘରେ ପୂଜା ପାଇବେ ମା । ଦୁଖୀର ଦୁଖ ଶୁଣିବାକୁ , ପାପୀର ଓ ରାକ୍ଷସର ବିନାସ କରିବା ପାଇଁ ଏହି ଧରା ପୃଷ୍ଟରେ ଆବିର୍ଭାବ ହୋଇଥିଲେ ମା ଦୁର୍ଗା ।ପାପୀର ବିନାଶ ପାଇଁ ମା ଦୁର୍ଗା ନେଇଥିଲେ ନଅ ଟି ରୂପ । ସେଥିପାଇଁ ତ ମାଙ୍କର ନବ ରାତ୍ରୀ ଆମେ ପାଳନ କରିଥାଉ । ମା, ଦୁର୍ଗାଙ୍କୁ ନେଇ ଅନେକ କଥା ରହିଛି । ସେ ହେଉଛନ୍ତି ଶକ୍ତିର ଆଧାର । ମା . ଦୁର୍ଗା ନିଜ ଶକ୍ତିକୁ ଦେଖାଇଥିଲେ ଓ ନଅ ଦିନ ଜାଏଁ ରାକ୍ଷସ ସହିତ ଯୁଦ୍ଧ କରିଥିଲେ । ଆଜିଠୁ ଆରମ୍ଭ ହୋଇଛି ନବମୀ, ତେବେ ଚାଲନ୍ତୁ ଜାଣିବା କିପରି ଧରାପୃଷ୍ଟରେ ଆବିର୍ଭାବ ହୋଇଥିଲେ ମା ଦୁର୍ଗା , ଏବଂ ତାଙ୍କର ସେହି ନବ ରାତ୍ରୀର ୯ ଟି ରୁପ ମଧ୍ୟରୁ ପ୍ରଥମ ରୂପ ଶୈଳପୁତ୍ରୀଙ୍କ ବିଷୟରେ । ନବରାତ୍ରୀ ହେଉଛି ମାଙ୍କୁ ଉପସନା କରିବାର ରାତି । ନବରାତ୍ରୀ ପ୍ରଥମୀରୁ ଆରମ୍ଭ ହୋଇ ନବମୀ ପର୍ଜ୍ୟନ୍ତ ଚାଲିଥାଏ ଓ ମା ଦୁର୍ଗାଙ୍କର ନଅ ଟି ରୂପ କୁ ଆରାଧନା କରାଯାଏ । ନବରାତ୍ରି ହେଉଛି ରାକ୍ଷସ ଓ ମା ଦୁର୍ଗାଙ୍କ ମଧ୍ୟରେ ହୋଇଥିବା ଯୁଦ୍ଧର ସମୟ । ଯେଉଁଥିରେ ମା ଦୁର୍ଗା ନାଶକରିଥିଲେ ପାପୀ ରାକ୍ଷସ ମହିସାସୁରର । ତେବେ ଏହି ମହିସାସୁର ଠାରୁ ଯୁଦ୍ଧରେ ହାରିବା ପରେ ଯେତେବେଳେ ସବୁ ଦେବତା ପ୍ରାୟ , ୩୦ ଲକ୍ଷ ବର୍ଷରୁ ଏଣେ ତେଣେ ବାଟବଣା ହୋଇ ବୁଲୁଥିଲେ , ଓ ତାଙ୍କୁ ଜଣା ନଥିଲା ସେମାନେ କଣ କରିବେ , କୁଆଡେ ଜିବେ , କେଉଁଠୁ ଆଣିବେ ଜଣେ ସ୍ତ୍ରୀଙ୍କୁ , ଯିଏକି ବହୁତ ଶକ୍ତିଶାଳୀ ହୋଇଥିବେ ଓ ମହିସାସୁରର ବଦ୍ଧ କରି ପାରିବେ । ପରେ ଭାବିଲେ ଆମେ ହିଁ ଏକ ସ୍ତ୍ରୀଙ୍କର ରଚନା କରିବୁ । ଯାହା ଭିତରେ ଆମ ସମସ୍ତଙ୍କ ଶକ୍ତି ରହିବ , ଏହା ଶୁଣି ସବୁ ଦେବଗଣ ରାଜି ମଧ୍ୟ ହୋଇଗଲେ । କିନ୍ତୁ ମହାଦେବ କହିଲେ ଏଭଳି ସ୍ତ୍ରୀଙ୍କର ରଚନା ତ ହୋଇଯିବ ହେଲେ ତାଙ୍କୁ ସମ୍ଭାଳିବ କିଏ । କାହିଁକିନା ତାଙ୍କ ଶକ୍ତି ସବୁଠାରୁ ଅଧିକ ରହିବ । ଦେବତାଙ୍କ ପାଖରେ ଅନ୍ୟ କୌଣସି ରାସ୍ତା ନଥିଲା , ତେଣୁ ସେମାନେ ମିଶି ଅନ୍ତରିକ୍ଷରେ ନିଜ ଶକ୍ତିକୁ ଏକ ସ୍ଥାନରେ କେନ୍ଦ୍ରୀଭୁତ କରି ବାକୁ ଲାଗିଲେ , ଏହି ଶକ୍ତିରୁ ଏକ ବଡ ଚମକ୍ରାର ଉଜ୍ୱଳ ଆସିଥିଲା, ଜାହାକି ସାରା ବ୍ରହମାଣ୍ଡରେ ଖେଳିଜାଇଥିଲା । ପୁଣି ଏହି ନିଆଁ ଜ୍ୱାଳାରୁ ଆବିର୍ଭାବ ହୋଇଥିଲେ ମାଂ ଦୁର୍ଗ।। ଜାହାର ଜନ୍ମ ଯୁଦ୍ଧ ପାଇଁ ହିଁ ହୋଇଥିଲା । ମା ଦୁର୍ଗା ସର୍ବ ଶକ୍ତିମାନ ବୋଲି ଆମେ ସମସ୍ତେ ଜାଣିଛୁ କାହିଁକିନା ଦେବାଦେବୀଙ୍କ ଠାରୁ ଅନେକ ଶସ୍ତ୍ର ତାଙ୍କୁ ପ୍ରାପ୍ତ ହୋଇଥିଲା । ପ୍ରାୟ ନଅ ଦିନ ଧରି ମା ଯୁଦ୍ଧ କରିଥିଲେ ମହିସାସୁର ସହିତ ।ସଂସାରର ସୁଖ ପାଇଁ, ସେଶରେ ମହିସାସୁରକୁ ବଦ୍ଧ କରିଥିଲେ ମା ଦୁର୍ଗା । ତେଣୁ ନବରାତ୍ରି ଆମେ ପାଳନ କରିଥା, ମାଙ୍କର ଶକ୍ତିକୁ ପୂଜା କରିଥାଉ । ମା ଦୁର୍ଗାଙ୍କୁ ପୁଜି ଥାଉ । ମା ଦୁର୍ଗାଙ୍କର ଉପବାସ କରିଥାଉ । ତେଣୁ ନବରାତ୍ରର ପ୍ରଥମ ରାତି ବା ପ୍ରଥମୀରେ ଦୁର୍ଗାଙ୍କର ପ୍ରଥମ ରୁପ ଶୈଳପୁତ୍ରୀଙ୍କୁ ପୁଜା କରାଜାଏ । ନିଜ ସ୍ୱାମୀ ମହାଦେବଙ୍କର କରାଯାଇଥିବା ଅପମାନ ହେତୁ ନିଜ ବାପା ଦକ୍ଷ ପତିଙ୍କ ଦ୍ୱାରା କରାଯାଇଥିବା ଯଜ୍ଞ କୁଣ୍ଡରେ , ସତି ପାର୍ବତି ନିଜ ଆତ୍ମାକୁ ଦାହ କରିଦେଲେ । ପୁର୍ନ ଜନ୍ମରେ ଦେବୀ ପାର୍ବତି ହିମାଳୟର କୋଳରେ ଜନ୍ମ ନେଇଥିଲେ , ଶୈଳରାଜ ହିମାଳୟଙ୍କ ଘରେ ଜନ୍ମ ନେଇ ଥିବାରୁ , ତାଙ୍କ ନାମ ଶୈଳପୁତ୍ରୀ ରଖାଡାଇଥିଲା । ମା ଶୈଳପୁତ୍ରୀଙ୍କ ନନ୍ଦୀଙ୍କର ଶବାରି କରିଥାଆନ୍ତି । ତାଙ୍କ ଡାହାଣ ହାତରେ ତ୍ରୀଶୁଳ ଓ ବାମ ହାତରେ ପଦ୍ମ ରହିଥାଏ । ନବରାତ୍ରୀର ପ୍ରଥମ ଦିନ ମା ଦୁର୍ଗାଙ୍କର ଶୈଳପୁତ୍ରୀ ରୁପକୁ ସମସ୍ତେ ଆରାଧନା କରି ଥାଆନ୍ତି । ଦେବି ଶୈଳପୁତ୍ରୀଙ୍କର ଅନ୍ୟ ନାମ ହେଉଛି ଦେବୀ ହେମବତୀ ଓ ଦେବୀ ପାର୍ବତି । ନିଜର ମନସ୍କାମନା ପୁର୍ନ କରିବା ପାଇଁ ଓ ସବୁ ପ୍ରକାର କୁ ପ୍ରଭାବରୁ ରକ୍ଷା ପାଇବାକୁ ମା ଶୈଳପୁତ୍ରୀଙ୍କୁ ପୂଜା କରାଯାଇଥାଏ ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024