ଭୁବନେଶ୍ୱର (ଏଟିଆର ବ୍ୟୁରୋ): ନିକଟରେ ରାଜସ୍ଥାନର ଜୟପୁର ଠାରେ ମିସ ଇଣ୍ଡିଆ ଚାର୍ମିଙ୍ଗ ଫେସ ୨୦୧୯ ର ଗ୍ରାଣ୍ଡ ଫିନାଲେ ଅନୁଷ୍ଠିତ ହୋଇଯାଇଛି । ଜାତୀୟ ସ୍ତରୀୟ ଏହି ବିୟୁଟି ପ୍ୟାଜେଣ୍ଟରେ ଓଡିଆ ଝିଅଙ୍କ କମାଲ ଦେଖିବାକୁ ମିଳିଛି । ଏଥିରେ ଓଡିଶାରୁ ବଛାଯାଇଥିବା ପ୍ରତିଯୋଗିଙ୍କ ମଧ୍ୟରୁ ନଗଜା ନିରଂଜନା, ଇପ୍ସିତା ଦାସ, ଜାହ୍ନବି ପଟ୍ଟନାୟକ ଗ୍ରାଣ୍ଡ ଫିନାଲେରେ ସେମାନଙ୍କର ଜଲୱା ଦେଖାଇବା ସହ ବିଭିନ୍ନ ଟାଇଟେଲ ହାତେଇଛନ୍ତି ।
ଏହି ପ୍ରତିଯୋଗିତାରେ ନଗଜା ନିରଂଜନା ରନର ଅପ ହେବା ସହ ମିସ ଇଣ୍ଡିଆ ଚାର୍ମିଙ୍ଗ ଫେସ ଟୁରିଜିମ ଆମ୍ବାସାଡାର ୱାଲ୍ଡ ୱାଇଡ, ଜାହ୍ନବି ପଟ୍ଟନାୟକ ମିସ ଇଣ୍ଡିଆ ଚାର୍ମିଙ୍ଗ ଫେସ ଗ୍ଲୋବାଲ ୟୁନିଭର୍ସ, ଇପ୍ସିତା ଦାସ ମିସ ଇଣ୍ଡିଆ ଚାର୍ମିଙ୍ଗ ଫେସ ଇଣ୍ଟରନ୍ୟାସନାଲ ଟାଇଟେଲ ପାଇଛନ୍ତି । ଯାହା ଓଡିଶା ପାଇଁ ଗର୍ବର ବିଷୟ ।
ସୂଚନା ଯେଗ୍ୟ, ଏହି ବିୟୁଟି ପ୍ୟାଜେଣ୍ଟ ସୋ ପାଇଁ ଓଡିଶାରେ ମେଗା ଅଡିସନ ହୋଇଥିଲା । ଏଥିରେ ଟପ୍ ୧୨ ପ୍ରତିଯୋଗୀ ଭାଗ ନେଇଥିଲେ । ତେବେ ସେମାନଙ୍କ ମଧ୍ୟରେ ବହୁ ପ୍ରତିଯୋଗିତା କରାଯାଇ ୩ଜଣଙ୍କୁ ଜଜେସ ମାନେ ବାଛି ଜାତୀୟ ସ୍ତରକୁ ପଠାଇଥିଲେ ।