ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସୁନ୍ଦରୀ ପ୍ରତିଯୋଗୀତାରେ ୯୦ଟି ଦେଶର ସୁନ୍ଦରୀଙ୍କୁ ପଛରେ ପକାଇ ବାଜି ମାରିନେଇଛନ୍ତି ଦକ୍ଷୀଣ ଆଫ୍ରିକାର ସୁନ୍ଦରୀ ଜୋଜିବିନି ଟ୍ୟୁଂଜି । ଆଜ୍ଞା ହଁ ମିସ୍ ୟୁନିଭର୍ସର କ୍ରାଉନ ପିନ୍ଧିଛନ୍ତି ଜୋଜିବିନି ଟ୍ୟୁଂଜି । ଆମେରିକାର ଆଟଲାଂଟିକାରେ ରବିବାର ଦିନ ମିସ୍ ୟୁନିଭର୍ସ ପ୍ରତିଯୋଗୀତା ଆୟୋଜିତ ହୋଇଥିଲା ।
ଦକ୍ଷୀଣ ଆଫ୍ରିକା, ମେକ୍ସିକୋ, କୋଲମ୍ବିୟା, ଥାଇଲାଣ୍ଡ ଏବଂ ପ୍ୟୁରଟୋରିକର ପ୍ରତିଯୋଗୀତା ଟପ୍ ୫ରେ ସ୍ଥାନ ପକ୍କା କରିବାରେ ସଫଳ ହୋଇପାରିଛନ୍ତି । ସେହିପରି ଭାରତର ବର୍ତ୍ତିକା ସିଂହ ଟପ୍ ୧୦ ରେ ସ୍ଥାନ ବନାଇଛନ୍ତି । ଗତ ୨୦୧୮ ମସିହାର ମିସ୍ ୟୁନିଭର୍ସ ବିଜୟନୀ ଫିଲିପାଇନ୍ସର କ୍ୟାଟୋରିନା ଗ୍ରେ, ଜୋଜିବିନି ଟ୍ୟୁଂଜିଙ୍କୁ ମୁକୁଟ୍ ପିନ୍ଧାଇଥିଲେ ।
ଦକ୍ଷୀଣ ଆଫ୍ରିକାର ଟୋସ୍ଲୋ ନିବାସୀ ହେଉଛନ୍ତି ଜୋଜିବିନି । ସେ ସମାଜସେବା ଏବଂ ସମାଜର ପରିବର୍ତ୍ତନ ପାଇଁ ଅନେକ ଉଲ୍ଲେଖନୀୟ କାମ କରିଛନ୍ତି । ପ୍ରକୃତିକୁ ସେ ଖୁବ୍ ଭଲ ପାଆନ୍ତି ଏବଂ ନିଜକୁ ଭଲ ପାଇବା ଉପରେ ବିଶ୍ୱାସ ରଖନ୍ତି ।