ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ହିନ୍ଦୁ ରୀତିନୀତି ଅନୁସାରେ ମହିଳା ମାନେ ହାତରେ ଚୁଡି ପିନ୍ଧିବା ଏକ ଧାର୍ମିକ ପରମ୍ପରା । ଆଉ ବିବାହ ପରେ ବୋହୂ ଟିଏ ଶଙ୍ଖା ପିନ୍ଧିବା ଏକ ବିଧି ବୋଲି ଆମେ ମାନିଥାଉ । ଆଉ ଏକ କଥା ମଧ୍ୟ କୁହାଯାଇପାରେ ମହିଳାଙ୍କ ସୌନ୍ଦର୍ଯ୍ୟ ବୃଦ୍ଧିରେ ଚୁଡି ଏକ ବିଶେଷ ଭୂମିକା ଗ୍ରହଣ କରିଥାଏ । ତେବେ ଏହି ଚୁଡି ପିନ୍ଧିବା ପଛରେ ଯେଉଁଭଳି ଧାର୍ମିକ ବିଶ୍ୱାସ ରହିଛି ସେହିଭଳି କିଛି ବୈଜ୍ଞାନିକ କାରଣ ମଧ୍ୟ ରହିଥାଏ । ଯାହାଦ୍ୱାରା ମହିଳାମାନେ ଚୁଡି ପିନ୍ଧିବା ଦ୍ୱାରା ସେମାନଙ୍କୁ ବହୁତ ଫାଇଦା ମିଳିଥାଏ ।
ତେବେ ଆସନ୍ତୁ ଜାଣିବା ସେମିତି କିଛି ବୈଜ୍ଞାନିକ ଫାଇଦା
ବୈଜ୍ଞାନିକ ମତ ଅନୁସାେରେ ଚୁଡି ଯେଉଁ ଧାତୁରେ ନିର୍ମାଣ ହୋଇଥାଏ ସେହି ଧାତୁ ଶରୀର ପାଇଁ ବେଶ ଉପକାରୀ ହୋଇଥାଏ ।
୧. ଚୁଡି ହାତରେ ଘର୍ଷଣ ହେବା ଦ୍ୱାରା ରକ୍ତ ସଞ୍ଚାଳନ ଠିକ ହୋଇଥାଏ ।
୨. ହାତରେ ଚୁଡି ପିନ୍ଧିବା ଦ୍ୱାରା ମାନସିକ ଶାନ୍ତି ମିଳିଥାଏ ।
୩. ଚୁଡି ହାତରେ ବାରମ୍ବାର ଘଷି ହେବା ଦ୍ୱାରା ମହିଳାଙ୍କୁ ଥକ୍କା ବେଶି ଲାଗିନଥାଏ ।
୪. ଚୁଡିରୁ ସୃଷ୍ଟି ହେଉଥିବା ଝଣ ଝଣ ଶବ୍ଧ ପରିବେଷ ଉପରେ ସକରାତ୍ମକ ପ୍ରଭାବ ପକାଇଥାଏ । ମନରେ ଆଧ୍ୟାତ୍ମିକ ଭାବନା ସୃଷ୍ଟି ହୋଇଥାଏ ।