ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଏବେ ଦେଶରେ ପୁଣି ଡେଲ୍ଟା ପ୍ଲସ ଭ୍ୟାରିଏଣ୍ଟକୁ ନେଇ ଅଧିକ ଚିନ୍ତା ବଢିଯାଇଛି । ଯଦିଓ ଏପର୍ଯ୍ୟନ୍ତ ଡେଲ୍ଟା ପ୍ଲସ ଭ୍ୟାରିଏଣ୍ଟର କମ ମାମଲା ସାମ୍ନାକୁ ଆସିଛି , ତଥାପି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସତର୍କ କରାଯାଇଛି । ମହାରାଷ୍ଟ୍ର ସମେତ ଅନେକ ରାଜ୍ୟକୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଏକ ସରକାରୀ ସୂତ୍ରରୁ ଜଣାପଡିଛି ଯେ ଭାରତରେ କରୋନା ଭାଇରସର ଡେଲଟା ପ୍ଲସ୍ ଭାରିଆଣ୍ଟର ୪୦ ଟି ମାମଲା ସାମ୍ନାକୁ ଆସିଛି। ଅଧିକାଂଶ ମାମଲା ମହାରାଷ୍ଟ୍ର, ମଧ୍ୟପ୍ରଦେଶ, କେରଳ ଏବଂ ତାମିଲନାଡୁର।
‘ଡେଲଟା ପ୍ଲସ୍’ ହେଉଛି ଡେଲଟା ଭ୍ୟାରିଏଣ୍ଟର ଏକ ବିକଶିତ ରୂପ । ଡେଲଟା ଭାରିଆଣ୍ଟ ପ୍ରଥମେ ଭାରତରେ ମିଳିଥିଲା । ଦେଶରେ କରୋନାର ଦ୍ୱିତୀୟ ଲହର ସମୟରେ, ଅଧିକାଂଶ ଲୋକ ଏହି ଜୀବାଣୁ ଦ୍ୱାରା ଶିକାର ହୋଇଥିଲେ। ବର୍ତ୍ତମାନ ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ ଡେଲଟା ଭ୍ୟାରିଏଣ୍ଟ ନିଜେ ଡେଲଟା ପ୍ଲସରେ ପରିଣତ ହୋଇଛି।