ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଟୀକାକରଣକୁ ନେଇ ଆସିଛି ଭଲ ଖବର । ରାଜ୍ୟରେ ୬ କୋଟି ଟପିଲା କରୋନା ଟୀକାକରଣ । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶ ପକ୍ଷରୁ ସୂଚନା ଦିଆଯାଇଛି ।
ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩ କୋଟି ୨୬ ଲକ୍ଷ ପ୍ରଥମ ଡୋଜ ଟୀକା ଦିଆଯାଇଥିବା ବେଳେ ୨ କୋଟି ୨୭ ଲକ୍ଷ ଲୋକ ନେଇଛନ୍ତି ଦ୍ୱିତୀୟ ଡୋଜ୍ । ଏହାସହିତ ୭ ଲକ୍ଷ ୬୧ ହଜାର ପ୍ରିକସନ୍ ଡୋଜ ଏବଂ ୧୫ ରୁ ୧୮ ବର୍ଷ ବୟସର ୨୪ ଲକ୍ଷ ପିଲା ନେଇଛନ୍ତି ଟୀକା ।