ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ସତ୍ୟଜିତଙ୍କ ପାଇଁ ସହଯୋଗର ହାତ ବଢ଼ାଇଲେ ଏସିପି । ଦେଲେ ୫୦ ହଜାର ଟଙ୍କାର ସହାୟତା । ଏସିପି ଓ ତାଙ୍କର ୨ବନ୍ଧୁ ମିଶି ଏହି ସହାୟତା କରିଛନ୍ତି । ଗତ ୭ଦିନ ହେଲା ଦୁର୍ଘଟଣାର ଶିକାର ହୋଇ କନକ ଟିଭି ରିପୋର୍ଟର ସତ୍ୟଜିତ ମେଡିକାଲରେ ପଡିଛନ୍ତି ।
ଏନେଇ ଅନେକ ସାମ୍ବାଦିକ ସହାୟତା ଲାଗି ଅଁଟା ଭିଡୁଥିବା ବେଳେ ଏ ସମ୍ପର୍କରେ ଏଟିଆର ନ୍ୟୁଜ ପକ୍ଷରୁ ମଧ୍ୟ ଅନୁରୋଧ କରାଯାଇଥିଲା । ଖବରଟି ବିଜୁଳୀ ବେଗରେ ପ୍ରଚାର ହେବା ପରେ ଶେଷରେ ସତ୍ୟଜିତଙ୍କ ସହଯୋଗର ହାତ ବଢ଼ାଇଛନ୍ତି ଭୁବନେଶ୍ୱର ଏସିପି ଅନୁପ କାନୁନଗୋ । ପ୍ରଥମେ ଆଗକୁ ଆସି ସତ୍ୟଜିତଙ୍କ ଚିକିତ୍ସା ଲାଗି ୫୦ ହଜାର ଟଙ୍କା ସହାୟତା ରାଶୀ ପ୍ରଦାନ କରିଛନ୍ତି ।
ତାଙ୍କର ଏଭଳି ପଦକ୍ଷେପକୁ ସବୁ ସ୍ତରରେ ଖାସ କରି ଭୁବନେଶ୍ୱର ସାମ୍ବାଦିକ ସଂଘ ପକ୍ଷରୁ ବେଶ ପ୍ରଶଂସା କରାଯାଇଛି । ସୂଚନାଯୋଗ୍ୟ, ଏବେ ବି ସତ୍ୟଜିତ କାମ କରୁଥିବା ସଂସ୍ଥା ଚିକିତ୍ସା ଲାଗି ସମସ୍ତ ସହଯୋଗ କରୁଥିବା ଜଣାପଡିଛି । ଏପରିସ୍ଥଳେ ନିଜ ଆଡୁ କିଛି ସାହାଯ୍ୟ କରିବା ଆଶାରେ ଭୁବନେଶ୍ୱର ସାମ୍ବାଦିକ ସଂଘ ମଧ୍ୟ ଆଗେଇ ଆସିଛି ।
Shashwat ku swain
Kanungo sir.. Is great..
The Real Singham..
Aaj agar Hum chain se Soo rehe h toh sirf aur sirf Anup sir keliye..
Iss Holi me Unit -3 me koi bi lafda nehi hua h… Sirf humare Singham sir ke liye
Sahi ke saath Sahi.. Galat ke saath galat…
Mere pichwade pe bhi padi h.. Anup sir ki lathi.. Firbi…
Mera Dil h Hindustani.. Am Anup sir ‘s Fan…
Fi
Aruna panda
ଏସିପିକଂ ମିଡିଆ ଭାଇମାନଙ୍କ ପାଇଁ ସହାୟତାର ହାତ ବଢାଇ ଦର୍ଶାଇ ଦେଲ ଯେ ମିଡିଆ ପାଇଁ ପୋଲିସର କିଛି କର୍ତ୍ତବ୍ୟ ସାଗଂକୁ ଖାକି ଡେରସ୍ ପଛରେ ମାନବିକତା ରହିଛି। ଧନ୍ୟବାଦ ପୋଲିସ ଡିପାର୍ଟମେଣ୍ଟ ଓ ସମସ୍ତ କର୍ମକର୍ତ୍ତା ମାନଙ୍କୁ।