ଅନୁଗୁଳ (ଏଟିଆର ବ୍ୟୁରୋ); ଆଖିତଡା ଘଟଣାକୁ ନେଇ କିଛି ଦିନ ହେବ ଚର୍ଚ୍ଚା ଲାଗି ରହିଥିଲା । ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦୁଇ ଦୁଇ ଶବ ଦେହରୁ କେହି ଆଖି ତାଡି ନେଇଛି ବୋଲି ତୁମ୍ବି ତୋଫାନ ଦେଖିବାକୁ ମିଳିଥିଲା । ତେବେ ଆଜି ଉଭୟ ଶବର ପୋଷ୍ଟମର୍ଟମ ରିପୋର୍ଟ ଆସିଛି । ତେବେ କେହି ଆଖି ତାଡି ନାହାଁନ୍ତି ବୋଲି ରିପୋର୍ଟରୁ ଜଣା ପଡିଛି । ଅପରପକ୍ଷରେ ଶୁଣିବାକୁ ମିଳିଥିଲା କି ମେଡିକାଲରେ ମୂଷା ତାଡି ନେଇଥିଲା ବୋଲି । ତେବେ ସବୁକିଛି ମିଛ । ଦୁଇଟି ଯାକ ରିପୋର୍ଟ ଅଲଗା ଅଲଗା ଆସିଛି ।
ସେପ୍ଟସେମିଆ ରୋଗ ଯୋଗୁଁ ଶିଶୁକନ୍ୟାର ଆଖି ନଷ୍ଟ ହୋଇଛି । ସେହିପରି ଦ୍ୱିତୀୟ ଗାଏବ ଅଭିଯୋଗଟି ଦୁର୍ଘଟଣାରେ ଆଖି ନଷ୍ଟ ହୋଇଥିବା ରିପୋର୍ଟରେ ପ୍ରକାଶ ପାଇଛି । ତେବେ ଆଖି ଶବାଗାରରୁ ଚୋରି ହୋଇନଥିବା କଥା ପୋଷ୍ଟମର୍ଟମ ପରେ କହିଛନ୍ତି ସିଡିଏମଓ ପ୍ରତାପ କୁମାର ବେହେରା ।ଗତ ୧୯ ତାରିଖରେ ଅନୁଗୁଳ ମେଡିକାଲର ଶବାଗାରରୁ ୪ ବର୍ଷର ଶିଶୁକନ୍ୟାର ୨ଟି ଆଖି ଗାଏବ ହୋଇଥିବା ଖବର ମିଳିଥିଲା । ଶବାଗାରରୁ କେହି ଶିଶୁର ୨ଟି ଆଖି ତାଡି ନେଇଥିବା ଅଭିଯୋଗ ହୋଇଥିଲା । ନୂଆହତା ଗାଁର ଶିଶୁ ଆଖି ଗାଏବ ପରେ ସାରା ଅନୁଗୁଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା ଉକ୍ତ ଘଟଣାର ସପ୍ତାହେ ନପୂରୁଣୁ ପୁଣି ଏକ ଶବରୁ ଆଖି ଗାଏବ ହୋଇଥିଲା ।
ଜରପଡ଼ା ଥାନା କୁଶକିଳା ଥାନାର ଜମ୍ବେଶ୍ବର ନାଏକ(୩୫) ସୋମବାର କୌଣସି କାମରେ ଅନୁଗୁଳ ଆସିଥିଲେ। ଜଣେ ସଂପର୍କୀୟଙ୍କ ସାଂଗରେ ବାଇକ୍ରେ ଅନୁଗୁଳରୁ ଫେରୁଥିବା ବେଳେ ଏକ ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ଜମ୍ବେଶ୍ବରଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସନ୍ଧ୍ୟା ହୋଇ ଯାଇଥିବାରୁ ଶବ ବ୍ୟବଚ୍ଛେଦ ହୋଇପାରିନଥିଲା। ତେଣୁ ଶବକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶବଗୃହରେ ରଖି ଦିଆଯାଇଥିଲା।
ଦୁଇଟି ଶବ ଦେହକରୁ ଆଖିତଡା ହୋଇଛି ବୋଲି ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିଥିଲା । ତେବେ ମେଡିକାଲ କର୍ତ୍ତୃପକ୍ଷ ଜାଣିଶୁଣି ଆଖିତଡାରେ ସମ୍ପୃକ୍ତ ଥିଲେ ବୋଲି ଚର୍ଚ୍ଚା ହେଉଥିଲା । ଶବଗୃହରୁ କିଏ ଆଖି ଚୋରୀ କରୁଛି ବୋଲି ମଧ୍ୟ ପ୍ରଶ୍ନ ଉଠିଥିଲା । ଉଭୟ ଶବର ପୋଷ୍ଟମର୍ଟମ ରିପୋର୍ଟ ଉପରେ ଥିଲା ନଜର । ହେଲେ ଆଜି ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଶବାଗାରୁ ଆଖି ଚୋରି ହୋଇନଥିବା କଥା ସ୍ପଷ୍ଟ ହୋଇଛି ।