ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପୂର୍ବାପେକ୍ଷା ଏବେ ରାଜ୍ୟରେ ରାତି ତାପମାତ୍ରା ବୃଦ୍ଧି ପାଇଛି । ୨ ରୁ ୩ ଡିଗ୍ରୀ ଯାଏଁ ବଢିବ ତାପମାତ୍ରା । ଯାହାଫଳରେ ରାଜ୍ୟର ଅଧିକାଂଶ ସ୍ଥାନରେ ଶୀତ କମିଛି ।
କିନ୍ତୁ ୧୦ ଡିଗ୍ରୀ ତଳେ ରହିଛି କିଛି ସ୍ଥାନ । ସେହି ସ୍ଥାନ ଗୁଡିକ ହେଉଛି ଜି, ଉଦୟଗିରି, ସିମିଳିଗୁଡା, ଫୁଲବାଣୀ, ଢେଙ୍କାନାଳ ।
ଅନ୍ୟପଟେ ଝାରସୁଗୁଡାରେ ୧୦.୭, କିରେଇରେ ୧୦.୭, ହୀରାକୁଦରେ ୧୨.୧, ଭବାନୀପାଟଣାରେ ୧୧.୨, କେନ୍ଦୁଝରରେ ୧୨.୮,ଭଦ୍ରକରେ ୧୩ ଏବଂ ବରଗଡରେ ୧୩.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।