ଭୁବନେଶ୍ୱର (ଏଟିଆର ବ୍ୟୁରୋ): କରୋନା ସଂକ୍ରମଣ ବୃଦ୍ଧି ହେତୁ ଦୀର୍ଘ ଦୁଇ ମାସ କାଳ ବନ୍ଦ ଥିବା ଭୁବନେଶ୍ୱର ଏମ୍ସ ଓପିଜି ବିଭାଗ ଆଜିଠୁ ଖୋଲିଛି । ଏବେ ସଂକ୍ରମଣ ଧୀରେ ଧୀରେ ହ୍ରାସ ହେବା ସହ ସ୍ଥିତିରେ ସୁଧାର ଆସିବା ପରେ ସାଧାରଣ ରୋଗୀଙ୍କ ଚିିକିତ୍ସା ପାଇଁ ଓପିଡି ଖୋଲିଛି । ପ୍ରତିଦିନ ଓପିଡିରେ ବିଭିନ୍ନ ବିଭାଗର ୪୦ ରୁ ୫୦ ରୋଗୀଙ୍କୁ ଚିକିତ୍ସା କରିବେ ଡାକ୍ତର ।
ପରବର୍ତ୍ତି ମୂହୁର୍ତ୍ତରେ ପୁଣି ସ୍ଥିତି ଅନୁଧ୍ୟାନ କରିବା ପରେ ଯଦି ଠିକ୍ ଥିବ ତେବେ ଅଧିକ ରୋଗୀଙ୍କୁ ଚିକିତ୍ସା କରାଯିବ ବୋଲି କହିଛନ୍ତି ଏମ୍ସ ଅଧୀକ୍ଷକ ଡାକ୍ତର ସଚ୍ଚିଦାନନ୍ଦ ମହାନ୍ତି ।