ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶର ଅଧିକାଂଶ ସ୍ଥାନରେ ଡାକ୍ତରଙ୍କ ଅଭାବ ଦୂର କରିବା ପାଇଁ ଏକ ବଡ ନିଷ୍ପତି ନିଆଯାଇଛି । ଏଣିକି ଏମବିବିଏସ କରିବା ପରେ ପିଜି କରୁଥିବା ସମସ୍ତ ଛାତ୍ରଛାତ୍ରୀଙ୍କ ପାଠ ପଢା ସହିତ ଜିଲ୍ଲା ହସ୍ପିଟାଲରେ ତିିନି ମାସ ପର୍ଯ୍ୟନ୍ତ ରୋଗୀ ସେବା କରିବା ବାଧ୍ୟତାମୂଳକ । ଏହାପରେ ଯାଇ ସେମାନଙ୍କୁ ଫାଇନାଲ ପରୀକ୍ଷା ଦେବା ପାଇଁ ଅନୁମତି ଦିଆଯିବ । ମେଡିକାଲ କାଉଁସିଲ ଅଫ୍ ଇଣ୍ଡିଆର ବୋର୍ଡ ଅଫ୍ ଗର୍ଭନେଂସ ଏହି ନିଷ୍ପତି ନେବା ସହ ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ପ୍ରସ୍ତାବ ପଠାଇଥିଲେ । ଏବେ ଏହି ପ୍ରସ୍ତାବରେ ମଞ୍ଜୁରୀ ମିଳିଯାଇଛି ।
ନୂତନ ନିର୍ଦ୍ଦେଶ ଅନୁସାରେ, ଶିକ୍ଷା ବର୍ଷ ୨୦୨୦-୨୧ ରୁ ହି ଏହି ନୂତନ ନିୟମ ଲାଗୁ କରାଯାଇଛି । ଏମଡି ବା ଏମଏସ କରୁଥିବା ସମସ୍ତ ସ୍ନାତକତର ଛାତ୍ରଛାତ୍ରୀ ତିନି ମାସ ପାଇଁ ଜିଲ୍ଲା ହସ୍ପିଟାଲ ବା କୌଣସି ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରରେ ସେବା ଯୋଗାଇବେ । ଏହି ରୋଟେସନ ତୃତୀୟ, ଚତୁର୍ଥ ଏବଂ ପଞ୍ଚମ ସେମିଷ୍ଟାରରେ ସାମିଲ କରାଯାଇଛି । ଏହାକୁ ଜିଲ୍ଲା ରେସିଡେନ୍ସି କାର୍ଯ୍ୟକ୍ରମ ଡିଆରପି ନାମ ଦିଆଯାଇଛି ।
ଜିଲ୍ଲା ହସ୍ପିଟାଲରେ ଡାକ୍ତରଙ୍କ ଅଭାବକୁ ଦୂର କରିବା ପାଇଁ ଏଭଳି ପରିବର୍ତ୍ତନ କରାଯାଇଛି । ଭାରତୀୟ ଚିକିତ୍ସା ପରିଷଦ ଅଧିନିୟମ ୧୯୫୬ ଅନୁଯାୟୀ ସମସ୍ତ ମେଡିକାଲ କଲେଜ ପାଇଁ ଏହା ବାଧ୍ୟତାମୂଳକ ।