ନୂଆଦିଲ୍ଲୀ(ଏଟିଆର): ରିଲିଜ ହୋଇଛି ସାରା ବିଶ୍ୱରେ ଖୁବ ଲୋକପ୍ରିୟ ଟେଲିଭିଜନ ଧାରାବାହିକ ଫଉଦାର ଚତୁର୍ଥ ସିଜିନ୍ । ଏହା ଇସ୍ରାଏଲର ହିଟ୍ ଟେଲିଭିଜନ ଧାରାବାହିକ ଯାହାକି ସମସ୍ତେ ଦେଖିବାକୁ ପସନ୍ଦ କରନ୍ତି । ସୋ’ ର ଚତୁର୍ଥ ସିଜିନ୍ ସୋମବାର ‘ଫଉଦା’ର ଅଫିସିଆଲ୍ ଇନଷ୍ଟାଗ୍ରାମ ପୃଷ୍ଠାରେ ଘୋଷଣା କରାଯାଇଥିଲା। ଏହାର କ୍ୟାପସନରେ ଲେଖାଥିଲା, ‘ଯେଉଁ ଖବର ଆମେ ସମସ୍ତେ ଅପେକ୍ଷା କରିଥିଲୁ, ତାହା ଜଲ୍ଦି ଆସିବାକୁ ଯାଉଛି ଏକ ନୂଆ ରୂପରେ ।
‘ଫଉଦା’ର କାହାଣୀ ଇସ୍ରାଏଲ୍ ସେନାର ଅଣ୍ଡରକୋଭର କମାଣ୍ଡୋ ୟୁନିଟ୍ ଚାରିପାଖରେ ବୁଣା ହୋଇଛି ଯାହାର ସଦସ୍ୟମାନେ ପାଲେଷ୍ଟାଇନ ସମ୍ପ୍ରଦାୟରେ ନିଜକୁ ପ୍ରତିଷ୍ଠିତ କରନ୍ତି ।ସେମାନେ ଗୁପ୍ତଚର ସଂଗ୍ରହ କରି ଆତଙ୍କବାଦୀ ଆକ୍ରମଣକୁ ରୋକନ୍ତି।ଆତଙ୍କବାଦ ବିରୋଦ୍ଧରେ ଯୁଦ୍ଧ କରନ୍ତି । ଦେଶରେ ଶାନ୍ତି ରଖିବା ପାଇଁ ସବୁବେଳେ ପ୍ରୟାସ କରି ଥାଆନ୍ତି ଫଉଦା ଟିମ୍ ର ମେମ୍ବରମାନେ । ୨୦୧୫ ରେ, ସୋ ପ୍ରଥମ ଥର ପାଇଁ ଟିଭିରେ ପ୍ରସାରିତ ହୋଇଥିଲା। ପରବର୍ତ୍ତୀ ବର୍ଷ, ୨୦୧୬ ରେ, ଶୋ OTT ପ୍ଲାଟଫର୍ମରେ ପ୍ରସାରିତ ହୋଇଥିଲା, ଯାହା ଭଲ ଭାବରେ ଗ୍ରହଣ କରାଯାଇଥିଲା । ଏହାକୁ ଦର୍ଶକେ ଅଧିକ କରିଥିଲେ । ଏହି ଶୋ’କୁ ଲିଓର ରଜ ଏବଂ ଆଭି ଇସାକାରୋଫ୍ ପ୍ରସ୍ତୁତ କରିଛନ୍ତି । ଏହାର ସବ୍ ଟାଇଟଲ୍ ଇଂରାଜୀ ଓ ହିନ୍ଦୀ ଭାଷାରେ ମଧ୍ୟ ଉପଲବ୍ଧ ହେଉଛି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024