ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଏବେ ଦେଶରେ ପୁଣି ଥରେ କରୋନା ମାମଲା ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଆଲର୍ଟ ହୋଇଛି ସ୍ୱାସ୍ଥ୍ୟ ବିଭାଗ । ଏହାକୁ ମୁକାବିଲା କରିବା ଲାଗି ଗତକାଲିଠୁ ସାରାଦେଶରେ ଆରମ୍ଭ ହୋଇଛି ମକଡ୍ରିଲ । ଉଭୟ ସରକାରୀ ଓ ବେସରକାରୀ ହସ୍ପିଟାଲରେ ହେଉଛି ମକଡ୍ରିଲ ।
ସଂକ୍ରମଣକୁ ରୋକିବା ପାଇଁ ହେଉଛି ବ୍ଲୁପ୍ରିଣ୍ଟ । ହସ୍ପିଟାଲରେ ବେଡ୍, ଅକ୍ସିଜେନ୍, ଆଇସିୟୁ, ମେଡିକାଲ ଷ୍ଟାଫ୍, ଔଷଧ ଆଦି ପ୍ରସ୍ତୁତ ଅଛି କି ନାହିଁ ତାହାର ଯାଞ୍ଚ ଚାଲିଛି ।
ଓମିକ୍ରନ ର ସବଭାରିଆଣ୍ଟ ଏକ୍ସବିବି୧ କୁ ନେଇ ସତର୍କ ରହିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ସତର୍କ ଦିଆଯାଇଛି ହେଲେ ଏହା ଏତେଟା କ୍ଷତିକାରକ ନୁହେଁ ବୋଲି ବିଶେଷଜ୍ଞ କହିଛନ୍ତି ।