କଟକ (ଏଟିଆର ବ୍ୟୁରୋ): କଲବଲ କରୁଛି କରୋନା । ବଢିଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ଥମିବାର ନାଁ ଧରୁନି । ଏବେ କଟକରେ ବି ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଯାହାଫଳରେ ଏବେ ସ୍ଥିତି ଅଣାୟତ ହେଲାଣି । ଏହାକୁ ଦୃଷ୍ଟି ରଖି ଏବେ କଟକରେ ଆରମ୍ଭ ହେବ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ । ଟେଷ୍ଟ କରିବାର ଅଧଘଣ୍ଟା ମଧ୍ୟରେ ରିପୋର୍ଟ ଜଣାପଡିଯିବ ।
କଟକ ଏସସିବି ହସ୍ପିଟାଲ ଏବଂ ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲରେ ଆକ୍ରାନ୍ତଙ୍କ ସଂଖ୍ୟା ଲଗାତର ଭାବେ ବଢି ଚାଲିଛି । ଏହି ଅଞ୍ଚର ଏବେ ସଂକ୍ରମଣ ହଟସ୍ପଟ୍ ପାଲଟିଛି ।ସଂକ୍ରମଣକୁ କିଭଳି ଭାବେ ରୋକା ଯାଇ ପାରିବ ସେନେଇ ରବିବାର କଟକ ବଡ ମେଡିକାଲ ପରିସରରେ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା ।