ଯାଜପୁର (ଏଟିଆର ବ୍ୟୁରୋ); ନକଲି ନୋଟ ରଖିଥିବା ଅଭିଯୋଗରେ ଗିରଫ ହୋଇଥିଲେ ଲୁସି ପରିଡା । ତେବେ ଲୁସିଙ୍କ ସହ ବିଜେପି ମହିଳା ସଭାନେତ୍ରୀ ବବିତା ମଲ୍ଲିକଲିଙ୍କ ରହିଛି ବୋଲି ଅଭିଯୋଗ ହୋଇଛି । ସୋସିଆଲ ମିଡିଆରେ ଉଭୟଙ୍କ ବହୁତ ଫଟୋ ରହିଛି । ଦୁହେଁ ଘନିଷ୍ଠ ବନ୍ଧୁ ଏଣୁ ଏହି ଘଟଣାର ଉଚ୍ଚ ସ୍ତରିୟ ତଦନ୍ତ ଦାବି କରିଛି ଯାଜପୁର ଜିଲ୍ଳା କଂଗ୍ରେସ । ତେବେ ଏହି ଘଟଣାରେ ମୋର କୌଣସି ଲିଙ୍କ ନାହିଁ ଏବଂ କଂଗ୍ରେସ ମିଥ୍ୟା ଆରୋପ ଲଗାଉଛି ବୋଲି ସଫେଇ ଦେଇଛନ୍ତି ବବିତା । ସେପଟେ ଏହି ଜାଲ ନୋଟ ଲିଙ୍କରେ ଯେଉଁମାନେ ସମ୍ପୃକ୍ତ ଅଛନ୍ତି ସେମାନଙ୍କୁ ଯଥାଶିଘ୍ର ଗିରଫ କରାଯିବ ବୋଲି କହିଚନ୍ତି ଯାଜପୁର ଏସଡିପିଓ ।
ସୂଚନା ଯୋଗ୍ୟ ଗତ ୧୮ ତାରିଖରେ ଲୁସି ସୌଦା କିଣିବା ପରେ ଦୋକାନୀକୁ ଦୁଇ ହଜାର ଟଙ୍କିଆ ନୋଟ ଦେଇଥିଲେ । ତେବେ ଏହି ନୋଟଟି ନକଲି ସନ୍ଦେହ କରି ଦୋକନୀ ପୋଲିସକୁ କବର ଦେଇଥିଲା । ଏହା ପୋଲିସ ଆସି ଲୁସିଙ୍କୁ ଥାନାରେ ଅଟକ ରଖି ବ୍ୟାଗ ଦେଖିବା ବେଳକୁ ବ୍ୟାଗରୁ ଆହୁରି ୮ଟି ଦୁଇ ହଜାର ଟଙ୍କିଆ ନୋଟ ବାହାରିଥିଲା । ଏଣୁ ଜାଲନୋଟ କାରବାରରେ ପୋଲିସ ଲୁସିଙ୍କୁ ଗିରଫ କରିଛି ।