ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଏବେ ପୁଣି ଏଚ୩ଏନ୨ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ରାଜ୍ୟରେ ଏଯାଏଁ ସଂକ୍ରମିତଙ୍କ ସଂଖ୍ୟା ୬୧ କୁ ବୃଦ୍ଧି ପାଇଛି । ୧୪ ତାରିଖ ସୁଦ୍ଧା ରାଜ୍ୟରେ ଆଉ ମାତ୍ର ୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କିନ୍ତୁ ସବୁଠୁ ବଡ ଆଶ୍ୱସ୍ତିକର ଖବର ହେଉଛି ଏଥିରୁ ଅନେକ ସୁସ୍ଥ ହୋଇ ସାରିଛନ୍ତି ।
ଏଚ୩ଏନ୨ ସଂକ୍ରମିତଙ୍କଠାରେ କୋଭିଡ ଭଳି ଲକ୍ଷଣ ପରିଲିକ୍ଷିତ ହେଉଥିଲେ ମଧ୍ୟ ଏହାକୁ ନେଇ ଆତଙ୍କିତ ହେବାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ଆରଏମଆରସି ନିର୍ଦ୍ଦେଶିକା ଡାକ୍ତର ସଂଘମିତ୍ରା ପତି ।