ଭୁବନେଶ୍ୱର (ଏଟିଆର ବ୍ୟୁରୋ): କୋଭିଡ ଟୀକାକରଣକୁ ନେଇ ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି କି ରାଜ୍ୟରେ ଏବେ ସୁଦ୍ଧା ୨୯ ଲକ୍ଷ ଲୋକ ଦ୍ୱିତୀୟ ଡୋଜ ଟୀକା ନେଇନଥିବା ବେଳେ ପ୍ରିକସନ୍ ଡୋଜ ନେଇ ନାହାନ୍ତି ୪୦ ପ୍ରତିଶତ ସ୍ୱାସ୍ଥ୍ୟକର୍ମୀ । ଅନ୍ୟପଟେ ୯୦ ପ୍ରତିଶତ ସମ୍ମୁଖ ଯୋଦ୍ଧା ପ୍ରକସନ୍ ଡୋଜ ନେଇ ସାରିଥିବା ବେଳେ ୧୮ ବର୍ଷରୁ ଅଧିକ ୯୬ ପ୍ରତିଶତ ଲୋକ, ୧୨ ରୁ ୧୪ ବୟସ୍କ ବର୍ଗ ୯୧ ପ୍ରତିଶତ, ୧୫ ରୁ ୧୭ ବୟସ ବର୍ଗ ୮୦ ପ୍ରତିଶତ ଲୋକ ପ୍ରଥମ ଡୋଜ ଟୀକା ନେଇଛନ୍ତି ।
ଏସବୁ ଦୃଷ୍ଟିରେ ରାଜ୍ୟରେ ଟୀକାକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ‘ହର୍ ଘର୍ ଦସ୍ତକ’ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ମୋବାଇଲ ଭ୍ୟାନ ଜରିଆରେ ଘରଠୁ ଘର ବୁଲି ଟୀକାକରଣ କରାଯାଉଛି । ଜୁନ୍ ୧ ରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଏବେ ସୁଦ୍ଧା ୧,୪୬,୩୩୪ ଡୋଜ ଟୀକା ଦିଆଯାଇଛି ।