ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଗଣତନ୍ତ୍ରଣ ଦିବସର ଗୋଟେଦିନ ପୂର୍ବରୁ ଭାରତ ସରକାରଙ୍କ ପକ୍ଷରୁ ୧୧୨ ଜଣଙ୍କ ନାଁ ପଦ୍ମ ପୁରସ୍କାର ପାଇଁ ଘୋଷଣା କରାଯାଇଛି । ସେଥିରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତଥା ଜଣା ଶୁଣା ଲେଖିକା ଗୀତା ମେହେଟାଙ୍କ ନାଁ ସାମିଲ ଅଛି । କିନ୍ତୁ ଗୀତା ମେହେଟା ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିବେ ନାହିଁ ବୋଲି ଏକ ପ୍ରେସ୍ ନୋଟ୍ ମାଧ୍ୟମରେ ଜଣାଇଛନ୍ତି ।
ନ୍ୟୁୟର୍କ ସ୍ଥିତ ଏକ ପ୍ରେସ୍ ମିଟ୍ ରେ ସେ କହିଛନ୍ତି କି, ‘ମୁଁ ଭାରାତ ସରକାରଙ୍କ ବହୁତ ଆଭାରୀ, ସେ ମୋତେ ପଦ୍ମଶ୍ରୀ ଯୋଗ୍ୟ ମଣିଲେ କିନ୍ତୁ ଦୁଃଖର ସହିତ ଲାଗୁଛି କି ମୋତେ ଏହାକୁ ଅସ୍ୱୀକାର କରିବା ଉଚିତ୍ । କାରଣ ଆଗକୁ ସାଧାରଣ ନିର୍ବାଚନ ଆସୁଛି । ଏହି ସମୟରେ ପୁରସ୍କାର ଗ୍ରହଣ କରିବା ଭୁଲ୍ ହେବ । ଯାହାଦ୍ୱାରା ସରକାର ଏବଂ ମୋ ପାଇଁ ଅପ୍ରିତିକର ପରିସ୍ଥିତି ଉପୁଜି ପାରେ ।’
ମେହେଟାଙ୍କୁ ସାହିତ୍ୟ ଏବଂ ଶିକ୍ଷା କ୍ଷେତ୍ର ପାଇଁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିକ କରାଯିବ ବୋଲି ଘୋଷଣା କରାଯାଇଥିଲା । ଗୃହ ମନ୍ତ୍ରାଳୟର ପ୍ରେସ୍ ନୋଟ୍ ରେ ତାଙ୍କୁ ପ୍ରବାସୀ ଭାରତୀୟ ଭାବେ ସମ୍ମାନ କରାଯିବ ବୋଲି ନିଷ୍ପତି ନିଆଯାଇଥିଲା ।
ଖବରମୁତାବକ, ସେ ଜଣେ ଭାରତୀୟ ନାଗରିକ ଏବଂ ତାଙ୍କ ପାଖରେ ଭାରତୀୟ ପାସପୋର୍ଟ ମଧ୍ୟ ରହିଛି । ଗୀତା ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ ଭଉଣୀ । ସେ ୧୯୭୯ରେ ‘କର୍ମ କୋଲା’, ୧୯୮୯ ରେ ‘ରାଜ’, ୧୯୯୩ ରେ ‘ରିଭର ସୁତ୍ର’, ୧୯୯୭ ରେ ‘ସ୍ନେକସ୍ ଆଣ୍ଡ ଲ୍ୟାଡରସ୍’, ୨୦୦୬ ରେ ‘ଇଟରନଲ ଗଣେଶ’ ଆଦି ପୁସ୍ତକ ଲେଖିଛନ୍ତି । ଏହାସହିତ ସେ ୧୪ ଟି ଡକ୍ୟୁମେଣ୍ଟ୍ରି ଫିଲ୍ମ ର ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି । ରିପୋର୍ଟ ମୁତାବକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୀତା ମେହଟା ଏବଂ ତାଙ୍କ ପତିଙ୍କ ସହିତ ୯୦ ମିନିଟ୍ କଥାବର୍ତ୍ତା ହୋଇଥିବା ଜଣାପଡିଛି । ।
୭୬ ବର୍ଷିୟା ଗୀତା ଓଡିଶାର ପୂର୍ବମୁଖ୍ୟମନ୍ତ୍ରୀ ବିଜୁପଟ୍ଟନାୟକଙ୍କ ଝିଅ । ଗତକାଲି ସନ୍ଧ୍ୟାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ୱାରା ଅନୁମେଦନ ପରେ ପଦ୍ମଶ୍ରୀ ପୁରସ୍ମାର ବିଜେତାଙ୍କ ତାଲିକାରେ ଗୀତାଙ୍କ ନାଁ ଘୋଷଣା କରାଯାଇଥିଲା ।