ଭୁବନେଶ୍ୱର (ଏଟିଆର ବ୍ୟୁରୋ): କରୋନାକୁ ମାତ୍ ଦେବା ପାଇଁ ଟୀକା ଏକମାତ୍ର ଅସ୍ତ୍ର ହୋଇଥିବା ବେଳେ ଟୀକାକରଣକୁ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ପ୍ରତିକ୍ରିୟା ରଖିଛନ୍ତି । ବର୍ତ୍ତମାନ ସୁଦ୍ଧା ୬ କୋଟି ୩ ଲକ୍ଷ ୯୬ ହଜାର କୋଭିଡ ଟିକାର ଡୋଜ ଦିଆସରିଥିବା ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।
କେନ୍ଦ୍ରର ଟାର୍ଗେଟ ଅନୁଯାୟୀ ୯୫ ପ୍ରତିଶତ ପ୍ରଥମ ଡୋଜ ଦିଆଯାଇଥିବା ବେଳେ ଉଭୟ ପ୍ରଥମ ଓ ଦ୍ୱିତୀୟ ଡୋଜ ୮୦.୬ ପ୍ରତିଶତ ଦିଆଯାଇଛି । ୧୫ ରୁ ୧୭ ବର୍ଷ ବୟସ୍କଙ୍କୁ ଟୀକାକରଣ ଚାଲିଛି । ଟାର୍ଗେଟରୁ ୭୬ ପ୍ରତିଶତ ଲୋକ ଟୀକା ନେଇସାରିଲେଣି ।
ଦ୍ୱିତୀୟ ଡୋଜ ପାଇଁ ଡ୍ୟୁ ଥିବା ଲୋକଙ୍କ ମଧ୍ୟରୁ ୫୫ ପ୍ରତିଶତ ଲୋକ ଟୀକା ନେଇସାରିଛନ୍ତି । ଶହେ ପ୍ରତିଶତ ପ୍ରିକସନ ଡୋଜ ନେଇ ସାରିଲେଣୀ । ଟୀକା ନେବା ପାଇଁ ବହୁତ କମ ଲୋକ ବାକି ଅଛନ୍ତି ।