ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପଞ୍ଚାୟତ ନିର୍ବାଚନ ର ଆଜି ଚତୁର୍ଥ ପର୍ଯ୍ୟାୟ ମତଦାନ । ସକାଳ ୭ଟାରୁ ପ୍ରତ୍ୟେକ ବୁଥ୍ ରେ ଆରମ୍ଭ ହୋଇଥିଲା ମତଦାନ ପ୍ରକ୍ରିୟା । ଦିନ ୧୨ ଟା ସୁଦ୍ଧା ପ୍ରତ୍ୟେକ ବୁଥରେ ୪୫ ପ୍ରତିଶତରୁ ଅଧିକ ଭୋଟ ଗ୍ରହଣ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ ।
ତୃତୀୟ ପର୍ଯ୍ୟାୟ ମତଦାନରେ ଅନେକ ସ୍ଥାନରେ ଅଧିକାଂଶ ହିଂସାକାଣ୍ଡ ଦେଖା ଦେଇଥିବାରୁ ଚତୁର୍ଥ ପର୍ଯ୍ୟାୟରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡାକଡି କରାଯାଇଛି ।