ପୁରୀ(ଏଟିଆର ବ୍ୟୁରୋ):ପୁରୀର ଝିଅ ଅପର୍ଣ୍ଣା ଦାଶ ମିସ ଇଣ୍ଡିଆ ଫଟୋଜେନିକ ପ୍ରତିଯୋଗିତାରେ ବିଜୟୀ ହୋଇ ପୁରୀ ତଥା ରାଜ୍ୟ ପାଇଁ ଆଣିଛନ୍ତି ଗର୍ବ ଓ ଗୈାରବ । ଏହି ପ୍ରତିଯୋଗିତାରେ ଦେଶର ବିଭିନ୍ନ ସ୍ଥାନରୁ ୩୭ ଜଣ ପ୍ରତିଯୋଗିତା ଅଂଶଗ୍ରହଣ କରିଥିଲେ ।
କିଟ ଇଣ୍ଟରନ୍ୟାସନାଲ ସ୍କୁଲ ଛାତ୍ରୀ ଅପର୍ଣ୍ଣା ଫ୍ୟାସନ ଡିଜାଇନିଂ କୋର୍ସ କରି ଭବିଷ୍ୟତରେ ମାର୍କେଟିଂ ସହ ମିସ ଫେମିନା ପ୍ରତିଯୋଗିତାରେ ଭାଗନେବା ପାଇଁ ସେ ଲକ୍ଷ୍ୟ ରଖିଛନ୍ତି । ଗତ ନଭେମ୍ବର ମାସରେ ଗୋଆରେ ଅନୁଷ୍ଠିତ ହୋଇଥିବା ମିସ ଇଣ୍ଡିଆ ଫଟୋଜେନିକ ଫେସ୍ ପ୍ରତିଯୋଗୀତାରେ ସେ ବିଜୟା ହେବା ସହ ମିସ ଇଣ୍ଡିଆ ଚାର୍ମିଂ ପ୍ରତିଯୋଗିତାରେ ସେ ରନର୍ସ ଅପ ହୋଇଛନ୍ତି ।
ଅପର୍ଣ୍ଣା ତାଙ୍କର ଏହି ପ୍ରତିଯୋଗିତାର ଶ୍ରେୟ ତାଙ୍କ ବାପା. ମା,ଙ୍କୁ ଦେଇଛନ୍ତି ।ଏବଂ ଫ୍ୟାସନ ପାଇଁ ଇଛା ଓ ଆଗ୍ରହ ଥିବାରୁ ତାଙ୍କ ବାପା ମା ତାଙ୍କୁ ବେଶ ସହଯୋଗ କରିଥିଲେ ବୋଲି ସେ କହିଛନ୍ତି । ଭବିଷ୍ୟତରେ ମଧ୍ୟ ଝିଅର ଲକ୍ଷ୍ୟ ପୂରଣ ପାଇଁ ସେମାନଙ୍କ ସବୁପ୍ରକାର ସହଯୋଗ କରିବେ ବୋଲି କହିଛନ୍ତି ।