ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନା ରୋଗୀଙ୍କ ପାଇଁ ଅକ୍ସିଜେନ୍ ଅଭାବ ଖବର ମଧ୍ୟରେ ବୁଧବାର କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି କି, ପ୍ରତିଦିନ ଦେଶରେ ମୋଟ ୭୫୦୦ ମେଟ୍ରିକ ଟନ ଅକ୍ସିଜେନ୍ ଉତ୍ପାଦନ ହେଉଛି । ଏଥରୁ ୬୬୦୦ ମେଟ୍ରିକ ଟନ୍ ଅକ୍ସିଜେନ ଚିକିତ୍ସା ପାଇଁ ରାଜ୍ୟମାନଙ୍କୁ ଦିଆଯାଉଛି ।
ଏହାସହିତ ସରକାର ଆଶ୍ୱାସନା ଦେଇଛନ୍ତି କି, ଆଗାମୀ ଦିନରେ ଅକ୍ସିଜେନ୍ ଯୋଗାଣ ବୃଦ୍ଧଇ ପାଇଁ ଉଦ୍ୟମ କରାଯାଉଛି । ଏହି ସମୟରେ ନିତି ଆୟୋଗର ସଦସ୍ୟ ଡକ୍ଟର ଭି.କେ.ପାଲ କରୋନା ପୀଡିତ ରୋଗୀଙ୍କ ପାଇଁ ‘ଜୀବନ ରକ୍ଷାକାରୀ ଔଷଧ’ ଭାବେ ଅକ୍ସିଜେନର ଉପଯୁକ୍ତ ବ୍ୟବହାର ନିଶ୍ଚିତ କରିବାକୁ ରାଜ୍ୟ, ଡାକ୍ତରଖାନା ଏବଂ ନର୍ସିଂହୋମକୁ ନିବେଦନ କରିଥିଲେ ।
କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି ଯେ, ବର୍ତ୍ତମାନ ଆମେ କିଛି ଶିଳ୍ପ ବ୍ୟତିତ କାରାଖାନାକୁ ଅକ୍ସିଜେନ ଯୋଗାଣ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛୁ । ଯାହାଫଳରେ ଅଧିକାଂଶ ଅକ୍ସିଜେନ ମେଡିକାଲ ଉପଯୋଗରେ ଉପଲବ୍ଧ ହୋଇପାରିବ ।