ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନା ଚିକତ୍ସା ପାଇଁ ରାମବାଣ ହେବାର ଆଶଙ୍କା କରାଯାଉଥିବା ଔଷଧ ଟୁ-ଡିଜି ଏବେ ବଜାରରେ ଉପଲବ୍ଧ ହୋଇଛି । ପ୍ରଥମ ପର୍ଯ୍ୟାୟରେ ଏହା କେବଳ ସରକାରୀ ଓ ବେସରକାରୀ ହସ୍ପିଟାଲକୁ ଯୋଗଣ କରାଯିବ । ଏହାପରେ ଅନ୍ୟାନ୍ୟ ସ୍ଥାନ ଗୁଡିକରେ ଉପଲବ୍ଧ କରାଯିବ । ଏନେଇ ଡକ୍ଟର ରେଡିଜ ଲାବ୍ରୋଟେରିଜ୍ ପକ୍ଷରୁ କୁହାଯାଇଛି । ଏହା ଟୁ-ଡିଜି ନାମରେ ବିକ୍ରି ହେବାକୁ ଥିବା ବେଳେ ଏହାର ମାର୍କେଟ ପ୍ରାଇସ ସାଚେଟ ପ୍ରତି ୯୯୦ ଟଙ୍କା ରହିଛି ।
ମଧ୍ୟମା ଏବଂ ଗୁରୁତର କରୋନା ରୋଗୀଙ୍କ ପାଇଁ ଏହି ଟୁ-ଡିଜି ଔଷଧ ବ୍ୟବହାର କରିଦେବ । ଡିଆରଡିଓର ଇନଷ୍ଟିଚ୍ୟୁଟ ଅଫ୍ ନ୍ୟୁକ୍ଲିଅର ମେଡିସିନ ଆଣ୍ଡ ଆଲଆଏଡ ସାଇନ୍ସେସ ଦ୍ୱାରା ବିକଶିତ ହୋଇଥିବା ବେଳେ ଡକ୍ଟର ରେଡି ଲ୍ୟାବ ପକ୍ଷରୁ ପ୍ରସ୍ତୁତ କରାଯାଉଛି ।