ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଆତଙ୍କ ଖେଳାଉଛି ମହାମାରୀ କରୋନା । ଯେଉଁଭଳି ଭାବେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି ସେହିପରି ମୃତକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ହେବାରେ ଲାଗିଛି । ଗୋଟେ ପରେ ଗୋଟେ ଜୀବନ ନେଇ ଚାଲିଛି ଭାଇରସ । ସେହିପରି ପୁଣି ରାଜ୍ୟରୁ କରୋନାରେ ୧୯ ଜଣଙ୍କ ମୃତ୍ୟୁ ହୋଇଛି । ଏହାପରେ ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୧୪୦ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ମୃତକଙ୍କ ମଧ୍ୟରୁ ସୁନ୍ଦରଗଡ ଜିଲ୍ଲାରୁ ୪ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୪ ଜଣ, ପୁରୀ ଜିଲ୍ଲାରୁ ୨ ଜଣ, ଗଞ୍ଜାମ ଜିଲ୍ଲାରୁ ୨ ଜଣ, ଦେବଗଡ, କଳାହାଣ୍ଡି, ଝାରସୁଗୁଡା, ଅନୁଗୁଳ, ବଲାଙ୍ଗୀର, ଗଜପତି ଓ କଟକ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି ।