ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା ଆତଙ୍କ ଥମିବାର ନାଁ ଧରୁନି । ଗୋଟେ ପଟେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଅନ୍ୟପଟେ ମୃତକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ହେବାରେ ଲାଗିଛି । ଲାଗୁନି ବ୍ରେକ । ମୁଣ୍ଡ ପରେ ମୁଣ୍ଡ ନେଇ ଚାଲିଛି ଭାଇରସ । ସେହିପରି ପୁଣି ରାଜ୍ୟରୁ ୨୧ ଜଣ କରୋନାରେ ଆଖି ବୁଜିଛନ୍ତି । ଏହାପରେ ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୩୭୮ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ମୃତକଙ୍କ ମଧ୍ୟରୁ କଳାହାଣ୍ଡି ଜିଲ୍ଲାରୁ ୩ ଜଣ, କୋରାପୁଟ, ମୟୂରଭଞ୍ଜ,ଖୋର୍ଦ୍ଧା , ସମ୍ବଲପୁର, ସୁନ୍ଦରଗଡ ଜିଲ୍ଲାରୁ ୨ ଜଣ ଲେଖାଏଁ ରହିଥିବା ବେଳେ ବରଗଡ଼, ବଲାଙ୍ଗିର, କଟକ, କନ୍ଧମାଳ, କେନ୍ଦୁଝର, ନୟାଗଡ଼, ନୂଆପଡ଼ା, ପୁରୀ ଜିଲ୍ଲାରୁ ଜଣେ ରହିଛନ୍ତି ।