ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଅଧିକ ଚିନ୍ତା ବଢାଉଛି କରୋନା ମୃତ୍ୟୁ ସଂଖ୍ୟା । ଥମିବାର ନାଁ ଧରୁନି । ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢି ଚାଲିଛି । ଯାହାଫଳରେ ରାଜ୍ୟରେ ଏବେ ରେକର୍ଡ ଭାଙ୍ଗିଛି କରୋନା ମୃତ୍ୟୁ ସଂଖ୍ୟା । ସେହିପରି ଗୋଟେଦିନରେ ପୁଣି ରାଜ୍ୟରୁ କରୋନା ନେଇଛି ୪୩ ଜୀବନ । ଏହାପରେ ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୧୨୩ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୫ ଜଣ, କଟକ, ଅନୁଗୁଳ ଓ ଝାରସୁଗୁଡା ଜିଲ୍ଲାରୁ ୪ ଜଣ ଲେଖାଏଁ, ବରଗଡ଼ , ବୌଦ୍ଧ, ବଲାଙ୍ଗୀର ଜିଲ୍ଲାରୁ ୩ ଜଣ ଲେଖାଏଁ , ଗଞ୍ଜାମ, ମୟୂରଭଞ୍ଜ, ପୁରୀରୁ ୨ ଜଣ ଲେଖାଏଁ , ସମ୍ବଲପୁର, ରାୟଗଡା, ନୂଆପଡା, କୋରାପୁଟ, କେନ୍ଦ୍ରାପଡା, ଢେଙ୍କାନାଳ, ବାଲେଶ୍ଵରରୁ ଜଣେ ଲେଖାଏଁ ରହିଛନ୍ତି ।