ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜିଠାରୁ ୧୦ ଦିନ ଯାଏଁ ଡେମୋରେ ଗଡିଲା ଇଲେକ୍ଟ୍ରିକ ବସ । ଆଜି ବସଟି ୨୦ନମ୍ବର ରୁଟ ଦେଇ ମାଷ୍ଟରକ୍ୟାଣ୍ଟିନ ଛକରୁ ବାଣୀବିହାର ଛକ ଦେଇ ଖୋର୍ଦ୍ଧା ଆଡେ ଯାଇଥିଲା । ଏହି ବସଟି ଡେମୋରେ ଚାଲୁଥିବାରୁ ଏଥିରେ କୌଣସି ଯାତ୍ରୀ ନଥିଲେ ବରଂ ବାଲି ବସ୍ତା ରଖା ଯାଇଥିଲା ।
ଏହି ବସ ମଧ୍ୟରେ ଅନେକ ଗୁଡିଏ ସୁବିଧା ରହଛି ଯେପରି ପ୍ରତି ସିଟରେ ୟୁଏସବି ଚାର୍ଜର ପଏଣ୍ଟ, ଜରୁରୀ କାଳିନ ରହଣିର ସୁବିଧା, ଶୀତତାପ ନିୟନ୍ତ୍ରଣ ବ୍ୟବସ୍ଥା, ଶବ୍ଦ ପ୍ରଦୂଷଣମୁକ୍ତ, ୩ଟି ସିସିଟିଭିର ସୁବିଧା ଥିବା ଦେଖିବାକୁ ମିଳୁଛି । ଯଦି ସବୁ ଠିକ ରହେ ତେବେ ୨୦୨୦ ସୁଦ୍ଧା ୫୦ଟି ଇଲେକ୍ଟିକ ବସ ଭୁବନେଶ୍ୱରରେ ଚଳାଚଳ କରିବାର ନିଷ୍ପତି ନିଆଯାଇଛି । ଏବେ ୧୦ ଦିନ ପାଇଁ ହାଇଦ୍ରାବାଦରୁ ଆସିଥିବା ଓଲେକ୍ଟାର ସଂସ୍ଥା ଭୁବନେଶ୍ୱରର ବିଭିନ୍ନ ରୁଟ ଦେଇ ଚଳାଚଳ କରିବ ।