ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ତାଣ୍ଡବ ରଚୁଛି କରୋନା । ଯାହାଫଳରେ ମୃତ୍ୟୁ ସଂଖ୍ୟା ବଢି ଚାଲିଛି ପଛେ ଥମିବାର ନାଁ ଧରୁନି । ପ୍ରତ୍ୟେକ ଦିନ ଜୀବନ ନେଉଛି କିଲର ଭାଇରସ । ସେହିଅନୁଯାୟୀ ଗୋଟେଦିନରେ ରାଜ୍ୟରୁ କରୋନାରେ ୪୦ ଆକ୍ରାନ୍ତ ଆଖି ବୁଜିଛନ୍ତି । ଏହାପରେ ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୯୭୦ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୭ ଜଣ, କଟକ, ନୟାଗଡ ଓ ବରଗଡ ଜିଲ୍ଲାରୁ ୫ ଜଣ ଲେଖାଏଁ, ପୁରୀ ଜିଲ୍ଲାରୁ ୪ ଜଣ, ଗଞ୍ଜାମ, ଅନୁଗୁଳ, ଜିଲ୍ଲାରୁ ୩ ଜଣ ଲେଖାଏଁ , ସେହିପରି କଳାହାଣ୍ଡି ଜିଲ୍ଲାରୁ ୨ଜଣ ରହିଥିବା ବେଳେ ଭଦ୍ରକ, ଢେଙ୍କାନାଳ, ଯାଜପୁର, କୋରାପୁଟ, ନବରଙ୍ଗପୁର, ସମ୍ବଲପୁର ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି ।