ଭୁବନେଶ୍ୱର (ଏଟିଆର ବୁରୋ):ରାଜ୍ୟରେ କରୋନା ସ୍ଥିତି ଗମ୍ଭୀର ହେବାରେ ଲାଗିଛି । ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିବା ସହିତ ଗୋଟେ ପରେ ଗୋଟେ ଜୀବନ ନେଉଛି କରୋନା । ଏବେ ପୁଣି ଆଉ ୯ ଜୀବନ ନେଇଛି କରୋନା । ଏହାପରେ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୬୯୧ରେ ପହଁଚିଛି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବଭାଗ ।
ରାଜ୍ୟରେ ଆଜି ଯେଉଁ ୯ ଜଣ କରୋନାରେ ଜୀବନ ହାରିଛନ୍ତି ସେମାନଙ୍କ ମଧ୍ୟରୁ ବରଗଡରୁ ୨ ଜଣ, ପୁରୀ, କଟକ, ଭଦ୍ରକ, ବଲାଙ୍ଗୀର, ରାୟଗଡା, ଗଜପତି ଓ ସମ୍ବଲପୁରରୁ ଜଣେ ଲେଖାଁଏ ରହିଛନ୍ତି ।