ଭୁବନେଶ୍ୱର (ଏଟିଆର ବୁରୋ):ରାଜ୍ୟରେ କରୋନା ସ୍ଥିତି ସାଙ୍ଘାତିକ ହେବାରେ ଲାଗିଛି । ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିବା ସହିତ ଗୋଟେ ପରେ ଗୋଟେ ଜୀବନ ନେଉଛି କରୋନା । ଏବେ ପୁଣି ଆଉ ୧୫ ମୁଣ୍ଡ ନେଇଛି କରୋନା । ଏହାପରେ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭୬୭ ରେ ପହଁଚିଛି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବଭାଗ ।
ରାଜ୍ୟରେ ଆଜି ଯେଉଁ ୧୫ ଜଣ କରୋନାରେ ଜୀବନ ହାରିଛନ୍ତି ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧା ରୁ ୪ ଜଣ, ପୁରୀରୁ ୩ ଜଣ, ମୟୂରଭଞ୍ଜରୁ ୨ ଜଣ ଏବଂ ରାୟଗଡ, କନ୍ଧମାଳ, କେନ୍ଦ୍ରାପଡା, କଟକ, ବଲାଙ୍ଗିର ଓ ଅନୁଗୁଳରୁ ରୁ ଜଣେ ଲେଖାଁଏ ରହିଛନ୍ତି ।