ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା କୋପ ଜାରି ରହିଛି । କିନ୍ତୁ ସଂକ୍ରମଣ ହାର ଦୃତ ଗତିରେ ବଢି ଚାଲୁଥିବା ବେଳେ ଏବେ ସାମାନ୍ୟ ହ୍ରାସ ପାଇଛି । ସେହିଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୮୫୨୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪୯୪୧ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୩୫୭୯ ସ୍ଥାନୀୟ ଅଞ୍ଚଳର । ଏହାସହିତ ୧୮ ବର୍ଷରୁ କମ ୯୩୭ ଜଣ ରହିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ଜଣ ରହିଛନ୍ତି । ସେଥିପାଇଁ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ଟ୍ୱିଟର ଆକାଉଣ୍ଟ ଉପରେ ନଜର ପକାନ୍ତୁ ।
22. Mayurbhanj: 180
23. Nawarangpur: 192
24. Nayagarh: 216
25. Nuapada: 199
26. Puri: 149
27. Rayagada: 187
28. Sambalpur: 127
29. Sonepur: 89
30. Sundargarh: 932
31. State Pool: 466— I & PR Department, Odisha (@IPR_Odisha) January 23, 2022
New recoveries: 11344
Cumulative tested: 27131889
Positive: 1204660
Recovered: 1110767
Active cases: 85320— I & PR Department, Odisha (@IPR_Odisha) January 23, 2022
ଅନ୍ୟପଟେ ରାଜ୍ୟରେ ଏବେ ପୁଣି ନୂତନ ୧୧୩୪୪ ଜଣ କରୋନାରୁ ମୁକ୍ତ ହୋଇଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨୦୪୬୬୦ ରହିଥିବା ବେଳେ ୮୫୩୨୦ ଜଣ ଚିକିତ୍ସିତ ହେଉଛନ୍ତି ।