ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ସାରା ବିଶ୍ୱକୁ କରୋନା ଭଳି ମହାମାରୀ କବଳକୁ ଠେଲି ଦେଇଥିବା ଚାଇନା ଏବେ ପୁୁଣି ଏକ ନୂଆ କଥା କହିଲାଣି । କରୋନା ସଂକ୍ରମଣର ସଠିକ ତଥ୍ୟ ସବୁବେଳେ ବିଶ୍ୱକୁ ଲୁଚାଇ ଆସୁଥିବା ଚାଇନା ଏବେ କହୁଛି କରୋନା ବ୍ୟାପିଛି କୁକୁଡାରୁ । ଚୀନ ଏବେ ଦାବି କରିଛି ବ୍ରାଜିଲରୁ ଆସୁଥିବା ଫ୍ରୋଜେନ ଫୁଡ ( ଏକ କୁକୁଡା ଦାନା) ରୁ କରୋନା ବ୍ୟାପିଛି ।
ଏହି ଖାଦ୍ୟ ଖାଉଥିବା କୁକୁଡା ଶରୀରରୁ କରୋନା ଭାଇରସ ମିଳିଥିବା ଚୀନ ଦାବି କରୁଛି । ଯେହେତୁ ବ୍ରାଜିଲରୁ ଆସୁଥିବା ଏହି ଦାନା ଦୀର୍ଘ ଦିନ ଧରି ଶୀତଳ ଭଣ୍ଡାରରେ ରହେ ତେଣୁ କରୋନା ଭାଇରସ ପ୍ରଥମେ ଦାନାରୁ କୁକୁଡା ଓ କୁକୁଡାରୁ ମଣିଷ ଶରୀରକୁ ଯାଇଛି ବୋଲି ଚୀନ ଦାବି କରିଛି । ଫ୍ରୋଜେନ ଫୁଡ ବା ପାଣିଜାତୀୟ ସାମଗ୍ରୀ କିଣିବା ସମୟରେ ଲୋକମାନେ ସଚେତନ ରହିବାକୁ ଚୀନ ପ୍ରଶାସନ ଲୋକମାନଙ୍କୁ ନିର୍ଦେଶ ଦେଇଛି । ସେପଟେ ଚୀନରୁ ଆମଦାନୀ ହେଉଥିବା ଚିଙ୍ଗୁଡି ମାଛରେ ମଧ୍ୟ ଏବେ କରୋନା ସଂକ୍ରମଣ ରହିଥିବା ଦେଖିବାକୁ ମିଳିଛି ।