ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ସାରା ବିଶ୍ୱ ଏବେ କରୋନା ମହାମାରୀ ସହିତ ଯୁଦ୍ଧ କରୁଛି । ପ୍ରତିଦିନ କରୋନାରେ ହଜାର ହଜାର ଲୋକଙ୍କ ଜୀବନ ଚାଲି ଯାଉଛି । ଭାରତରେ ମଧ୍ୟ ସମାନ ଅବସ୍ଥା ଭାରତରେ ମଧ୍ୟ କରୋନା ତାର କାୟା ବିସ୍ତାର କରି ଚାଲୁଛି । ପ୍ରତିଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି । କେବେ ଟୀକା ଆସିବ ବିଶ୍ୱର ସବୁ ଦେଶ ଏବେ ସେହି ଅପେକ୍ଷାରେ । ସେପଟେ ଋଷ କରୋନା ଟିକା ର୍ନିମାଣ କରିଥିବା ଦାବି କରି ଆସୁଛି । ଏଇ ନିକଟରେ ଋଷ ଦ୍ୱାରା ନିର୍ମାଣ କରାଯାଇଥିବା ଟିକା ସ୍ପୁଟନିକ ଭି କୁ ଋଷର ରାଷ୍ଟ୍ରପତି ତାଙ୍କ ଝିଅକୁ ଦେଇଛନ୍ତି ।
ଏହି ଟିକାକୁ ଏବେ ବ୍ୟବସାୟୀ କରଣ କରିବାକୁ ପ୍ରକ୍ରିୟା ଆରମ୍ଭ କରି ସାରିଲାଣି ଋଷ । ସେପେଟେ ମୋଡର୍ଣ୍ଣା କମ୍ପାନୀ ଦ୍ୱାରା ପ୍ରସ୍ତୁତ ହେଉଥିବା ଟିକାକୁ ଆଗୁଆ କିଣିବାକୁ ବଇନା ଦେଇ ଆସରିଲାଣି ଆମେରିକା । ତେବେ ଭାରତ ଏବେ ଋଷ ଟୀକା କିଣିବାକୁ କୌଣସି ଆଗ୍ରହ ପ୍ରକାଶ କରିନାହିଁ ।
ଏହା ପଛର ପ୍ରମୁଖ କାରଣ ହେଲା ଋଷ ପୂର୍ବରୁ ଅନ୍ୟଦେଶ ମାନେ ଟିକାର ମାନବ ପରୀକ୍ଷଣ ଆରମ୍ଭ କରିଥିଲେ । ମାତ୍ର ସେମାନେ ଏବେ ବି କୌଣସି ନିଷ୍କର୍ସରେ ପହଞ୍ଚି ପାରି ନାହାନ୍ତି । ମାତ୍ର ଋଷ କିଭଳି ଏତେ ଶୀଘ୍ର ଟିକାର ସମସ୍ତ ପରୀକ୍ଷଣ ଶେଷ କରିଦେଲା ।ସେପଟେ ହୁ ସମେତ ଆମେରିକା ଓ ବ୍ରିଟେନ ଋଷ ଦ୍ୱାରା ର୍ନିମାଣ କରାଯାଇଥିବା ଟିକ ସଫଳ ନୁହେଁ ବୋଲି ଦାବି କରୁଛନ୍ତି । ସେପଟେ ହୁ ମଧ୍ୟ ଟୀକାର ପରିକ୍ଷଣକୁ ନେଇ ପ୍ରଶ୍ନ ଉଠାଇଛି । ଏନେଇ ହୁ ( ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ) ୠଷକୁ ସମସ୍ତ ତଥ୍ୟ ମାଗିଥିଲେ ମଧ୍ୟ ଋଷ ପ୍ରଶାସନ ହୁ କୁ କୌଣସି ତଥ୍ୟ ଦେଇନାହିଁ ।