ଭୁବନେଶ୍ୱର (ଏଟିଆର ବ୍ୟୁରୋ):ସୁସ୍ଥ ରହିବାକୁ ସମସ୍ତେ ଚାହାନ୍ତି । ତେଣୁ ଏଥି ପାଇଁ ଆପଣଙ୍କୁ ନିଜର ଖାଦ୍ୟପେୟ ପ୍ରତି ଧ୍ୟାନ ଦେବାକୁ ପଡିବ । ଅଜାଣନ୍ତରେ ଲୋକେ ଅନେକ ଅସନ୍ତୁଳିତ ଖାଦ୍ୟ ଖାଇ ଥାଆନ୍ତି ଯେଉଁଥି ପାଇଁ ବେଳେ ବେଳେ ବିଭିନ୍ନ ପ୍ରକାର ରୋଗର ସାମ୍ନା କରିବାକୁ ପଡିଥାଏ । ଅନେକ ପ୍ରକାର ପୌଷ୍ଟିକର ଖାଦ୍ୟ ଅଛି ଜାହା ଶରୀରକୁ ସୁସ୍ଥ ରଖିବା ସହିତ ଲାଭଦାୟକ ହୋଇଥାଏ । ଡାଲି ଜାତୀୟ ପୌଷ୍ଟିସାର ମୁଗରେ ରହିଛି ପ୍ରଚୁର ପରିମାଣର ଭିଟାମିନ । ଏହା ସୌନ୍ଦର୍ଯ୍ୟକୁ ମଧ୍ୟ ବୃଦ୍ଧି କରିଥାଏ । ଗଜା ମୁଗ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ହିତକର । ଡାକ୍ତର ମଧ୍ୟ ଗଜା ମୁଗ ସେବନ କରିବାକୁ ପରାମର୍ଶ ଦେଇଥାନ୍ତି । ଏହା ଶରୀରକୁ ଭରପୁର ମାତ୍ରାରେ ପୋଷଣ ଯୋଗାଇଥାଏ । ଗଜ ମୁଗରେ ଗ୍ରେନ, ଡାଲି, ମଞ୍ଜି ଭଳି ପୌଷ୍ଟିସାର ସାମିଲ ଥାଏ । ଏହା ପ୍ରାକୃତିକ ଭିଟାମିନର ସ୍ରୋତ । ଏହା ଅମିନୋ ଏସିଡ, ଫ୍ୟାଟି ଏସିଡ, ନେଚୁରାଲ ସୁଗାର, ମିନେରାଲ ଓ ଭିଟାମିନ ଉତ୍କୃଷ୍ଟ ସନ୍ତୁଳନ। ସ୍ୱାସ୍ଥ୍ୟ ସହ ଏହା କେଶ ଓ ତ୍ୱଚା ପାଇଁ ମଧ୍ୟ ବହୁତ ଲାଭଦାୟକ । ଏହା କେଶର ଗ୍ରୋଥକୁ ପ୍ରଭାବିତ କରିଥାଏ, ଫଳରେ କେଶ ଝଡ଼ିବା ବନ୍ଦ ହୋଇଥାଏ ଏବଂ କେଶ ସୁସ୍ଥ ହୋଇଥାଏ ।
ସୁନ୍ଦର ଚେହେରା ବା ତ୍ୱଚା ପାଇଁ ଗଜା ମୁଗ ଅତ୍ୟନ୍ତ ଲଭଦାୟୀ । ଡାଏଟରେ ଗଜା ମୁଗକୁ ସାମିଲ କରିବା ଉଭୟ ସ୍ୱାସ୍ଥ୍ୟ ଓ ତ୍ୱଚା ପାଇଁ ହିତକାରକ । ଗଜା ମୁଗ ଖାଇବା ଦ୍ୱାରା ରୁପି ସମସ୍ୟା ଦୂର ହୋଇଥାଏ। ଏହା ସ୍କାଳ୍ପରୁ ମୃତ କୋଷକୁ ମଧ୍ୟ ବାହାର କରିବା କାମ କରିଥାଏ ଜ୍ଝ ଫଳରେ ସ୍କାଳ୍ପରେ କୌଣସି ପ୍ରକାର ସଂକ୍ରମଣ ହୋଇନଥାଏ।
ଆପଣ ଦିନକୁ ୨ କିମ୍ବା ୩ ଥର ଖାଦ୍ୟରେ ଆଡ କରନ୍ତୁ କାରଣ ଏହା ତ୍ୱଚାକୁ ହାଇଡ୍ରେଟ୍ ରଖିବା ସହିତ ସ୍କିନରେ ଗ୍ଲୋ ଆଣିଥାଏ । ପ୍ରତିଦିନ ସକାଳୁ ଗଜା ମୁଗରେ ଟମାଟୋ ଓ କାକୁଡି କାଟି, ସେଥିରେ ଲେମ୍ବୁ ରସ ମିଶାଇ ଖାଇଲେ ତ୍ୱଚାର ଶୁଷ୍କତା ଦୂର ହୋଇଥାଏ। ଏହା ଚର୍ମର ଦୁର୍ବଳତା ମଧ୍ୟ ଦୂର କରିଥାଏ । ଆପଣ ଏହାକୁ କଞ୍ଚା ଭାବେ ଖାଇବା ସହିତ ନିଜେ ରାନ୍ଧିକି ମଧ୍ୟ ଖାଇ ପାରିବେ ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024