ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଅପ୍ରେଲ ୨୦ ତାରିଖ ପରେ ଯେଉଁ ସବୁ ସ୍ଥାନରେ କରୋନା ସ୍ଥିତି ସୁଧୁରିବ ବା ହଟସ୍ପଟ ରହିବ ନାହିଁ ସେହିସବୁ ଅଞ୍ଚଳକୁ ସରକାର ବିଚାରକୁ ନେଇ ସେଠାରେ ଲକ ଡାଉନ କୋହଳ କରାଯିବ । ତେବେ ୨୦ ଅପ୍ରେଲ ପରେ ଯେଉଁ କୋହଳ ଦିଆଯିବ ସେତେବେଳେ ସର୍ତ୍ତମୂଳକ କୋହଳ କରାଯିବ ।
ଯଦି ପୁଣି ସେହି ଅଞ୍ଚଳରେ ପୁଣି ସଂକ୍ରମିତ ହେଲେ ତେବେ କୋହଳକୁ ଉଠାଇ ଦିଆଯିବ । ଏଥିପାଇଁ କେନ୍ଦ୍ର ସରକାରଙ୍କ ଫକ୍ଷରୁ ସ୍ୱତନ୍ତ୍ର ଗାଇଡ ପ୍ରକାଶ କରାଯିବ । ଅପ୍ରେଲ ୨୦ ତାରିଖ ପର୍ଯ୍ୟନ୍ତ ସବୁ ଜିଲ୍ଲା ଓ ଥାନାୱାରୀ ଭାବେ ସମୀକ୍ଷା କରାଯିବ । ଏଥର ଲକ ଡାଉନକୁ ଅଧିକ କଡାକଡି ଭାବେ ପାଳନ କରାଯିବ । ନିୟମ ଉଲ୍ଲଘଂନ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ ।