ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ୨୬/୧୧ ମୁମ୍ବାଇ ଆକ୍ରମଣକୁ ପୂରିଛି ୧୦ବର୍ଷ । ଏହି ଦିନ କଥା ମନେ ପଡିଲେ ଆଜି ବି ସମସ୍ତଙ୍କ ଛାତି ଥରି ଉଠେ । କାରଣ ଆଜିର ଦିନରେ ପୂରା ଦୋହଲି ଯାଇଥିଲା ବାଣିଜ୍ୟନଗରୀ ମୁମ୍ବାଇ । ସ୍ତବ୍ଧ ହୋଇଯାଇଥିଲା ପୂରା ଭାରତ ବର୍ଷ । ଲସ୍କର-ଏ-ତାଇବାର ୧୦ରୁ ଅଧିକ ଆତଙ୍କବାଦୀ ସମୁଦ୍ର ପଥ ଦେଇ ମୁମ୍ବାଇ ଭିତରକୁ ପସି ତାଣ୍ଡବ ରଚିଥିଲେ ।
ଆଖିବୁଜା ଗୁଳି ଓ ଗ୍ରେନେଡ ଚଳାଇ ପୂରା ସହରକୁ ଚାହୁଁ ଚାହୁଁ ଛାରଖାର କରି ଦେଇଥିଲେ । ସେମାନଙ୍କ ଆକ୍ରମଣରେ ୧୬୬ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ପାଖାପାଖି ୩ଶହରୁ ଅଧିକ ଆହତ ହୋଇଥିଲେ । ଯାହା ପୂରା ଦେଶରେ ଶୋକାକୂଳ ପରିବେଶ ସୃଷ୍ଟି କରିଥିଲା । ଇତି ମଧ୍ୟରେ ଏହି ଘଟଣାକୁ ୧୦ ବର୍ଷ ବିତିଯାଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ମହାରାଷ୍ଟ୍ର ରାଜ୍ୟପାଳ ଶ୍ରୀ ବିଦ୍ୟାସାଗର ଓ ମୁଖ୍ୟମନ୍ତ୍ରୀ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି । ଆମେରିକାରେ ବୈଦେଶିକ ସଚିବ ଏହି ଆକ୍ରମଣ ପାଇଁ ଯେଉଁମାନେ ଦାୟୀ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ପାକିସ୍ଥାନକୁ ଆହ୍ୱାନ କରିଛନ୍ତି ।
ଏହାସହ ଆମେରିକା ପକ୍ଷରୁ ପୀଡିତଙ୍କ ପରିବାର ଲୋକଙ୍କ ପାଇଁ ୫ମିଲିୟନ ଡଲାର ଅର୍ଥାତ ୩୫କୋଟି ଟଙ୍କା ଅନୁକମ୍ପା ରାଶି ଘୋଷଣା କରାଯାଇଛି । ୨୦୦୮ ମସିହା ଆଜିର ଦିନରେ ଆତଙ୍କବାଦୀମାନେ ମୁମ୍ବାଇର ତାଜ ହୋଟେଲରେ ଭୟାନକ ବିଷ୍ଫୋରଣ ଘଟାଇଥିଲେ । ଏତିକି ନୁହେଁ ଛତ୍ରପତିଶିବାଜୀ ଟର୍ମିନାଲ ଆଦି ସ୍ଥାନରେ ଆତଙ୍କ ରଚିଥିଲେ । ଲସ୍କର ଇଦ ତୌବାର ୧୦ରୁ ଅଧିକ ଆତଙ୍କବାଦୀଙ୍କ ଦ୍ୱାରା ହୋଇଥିବା ଏହି ଆକ୍ରମଣରେ ୧୬୬ଜଣ ଲୋକ ପ୍ରାଣ ହରାଇଥିବା ବେଳେ ଅନେକ ଆହତ ହୋଇଥିଲେ । ୩ଦିନ କାଳ ଆତଙ୍କବାଦୀମାନେ ଅନ୍ଧାଧୂନ ଗୁଳିମାଡ଼ କରିଥିଲେ । ଏହି ଆକ୍ରମଣର ମୁଖ୍ୟ ଅଭିଯୁକ୍ତ କସାବକୁ ଫାସି ଦିଆଯାଇଛି । ତେବେ ପୂରା ଘଟଣାର ମାଷ୍ଟରମାଇଣ୍ଡ କୁହାଯାଉଥିବା ହଫିଜ ସୟଦ ପାକିସ୍ଥାନରେ ବୁଲୁଛି ।
The pain of 26/11 is fresh in the Nation's memory. We bow down to all the lives lost that night. Our gratitude to the Forces for keeping the borders and streets of this Nation safe. -Sg #MumbaiAttacks
— Sadhguru (@SadhguruJV) November 26, 2018
My sand art to pay tribute to 26/11 victims of Mumbai terror attack with message "United against Terrorism" pic.twitter.com/3iKjgHGjNQ
— Sudarsan Pattnaik (@sudarsansand) November 26, 2018
Remembering those who put the nation before themselves. And our salute to the city whose resilience always made its people stronger #RememberingTheHeroes pic.twitter.com/T80KfE6chr
— Mumbai Police (@MumbaiPolice) November 26, 2018