ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦୀର୍ଘ ୮ ମାସ ହେବ କରୋନା କବଳରେ କବଳିତ ହେଉଛି ଦେଶ । ଦେଶରେ ଦ୍ରୁତ ଗତିରେ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଦେଶରେ ପ୍ରାୟତଃ ସଂକ୍ରମିତଙ୍କ ସଂଖ୍ୟା ପାଖାପାଖି ୬୪ ଲକ୍ଷ ଛୁଇଁ ସାରିଲାଣି । ସବୁଠାରୁ ବଡ କଥା ହେଉଛି ସଂକ୍ରମିତଙ୍କ ମଧ୍ୟରୁ ପାଖାପାଖି ଏକଲକ୍ଷ ଲୋକଙ୍କ ଜୀବନ ଗଲାଣି । ଗତ ୨୪ ଘଣ୍ଟା ମଧ୍ୟର ୮୧ ହଜାର ୪୮୪ ମାମଲା ସାମ୍ନାକୁ ଆସିଥିବା ବେଳେ ୧୦୯୫ ଜଣଙ୍କର ମୃତ୍ୟୁ ହୋଇଛି ।
ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୩ ଲକ୍ଷ ୯୪ ହଜାର କୁ ଛୁଇଁଛି । ସେଥିରୁ ୯୯,୭୭୩ ଲୋକଙ୍କ ଜୀବନ ଗଲାଣି । ସେହିପରି ସକ୍ରିୟ ମାମଲା ହ୍ରାସ ହୋଇ ୯ ଲକ୍ଷ ୪୨ ହଜାର ହୋଇଥିବା ବେଳେ ୫୩ ଲକ୍ଷ ୫୨ ହଜାର ଲୋକ ସୁସ୍ଥ ହୋଇ ସାରିଲେଣି ।