ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଗକୁ ଆସୁଛି ଫେଷ୍ଟିଭାଲ ସିଜିନ୍ । ଏହାକୁ ଦୃଷ୍ଟିରେ ରଖି ରେଲୱେ ସ୍ପେଶାଲ ଟ୍ରେନ ଚଲାଇବାର ଯୋଜନା କରିଛି । ଏନେଇ ରେଲୱେ ବୋର୍ଡର ଅଧ୍ୟକ୍ଷ ଏବଂ ସିଇଓ ଭିକେ ଯାଦବ କହିଛନ୍ତ କି ଫେଷ୍ଟିଭାଲ ସିଜିନ୍ ରେ ଭାରତୀୟ ରେଲୱେ ଅକ୍ଟୋରବର ୧୫ରୁ ନଭେମ୍ବର ୩୦ ମଧ୍ୟରେ ୨୦୦ ଟି ସ୍ପେଶାଲ ଟ୍ରେନ ଚଲାଇବାର ଯୋଜନା କରିଛି । ବର୍ତ୍ତମାନ ରେଲୱେ ତାର ସମସ୍ତ ସାଧାରଣ ଯାତ୍ରୀ ଟ୍ରେନକୁ ଅନିର୍ଦ୍ଧଷ୍ଟ କାଳ ପାଇଁ ବନ୍ଦ କରି ଦେଇଛି । କେବଳ କିଛିଟା ସ୍ପେଶାଲ ଟ୍ରେନ ଚାଲିଛି ।
ଯାଦବ କହିଛନ୍ତି କି, ଜୋନର ପ୍ରବନ୍ଧକଙ୍କ ସହ ବୈଠକ କରି ନିର୍ଦ୍ଦେଶ ଦିଆଯାଇଛି କି ସ୍ଥାନୀୟ ପ୍ରଶାସନ ସହ ଆଲୋଚନା କରି କରୋନା ସଂକ୍ରମଣ ସ୍ଥିତି ସମୀକ୍ଷା କରାଯାଉ । ଏବଂ ସେମାନଙ୍କୁ ରିପୋର୍ଟ ମଗା ଯାଇଛି । ସେହି ଅନୁଯାୟୀ ନିଷ୍ପତି ନିଆଯିବ ଫେଷ୍ଟଭାଲ ସିଜିନ ରେ କେତୋଟି ସ୍ପେଶାଲ ଟ୍ରେନ ଚାଲିବ । ପ୍ରାୟତଃ ୨୦୦ ଟ୍ରେନ ଚାଲିବ ବୋଲି ଅନୁମାନ କରାଯାଉଛି କିନ୍ତୁ ସଂଖ୍ୟା ଆହୁରି ଅଧିକ ହୋଇପାରେ ।