ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶରେ ପ୍ରତ୍ୟେକ ଦିନ କରୋନାର ନୂତନ ମାମଲା ସାମ୍ନାକୁ ଆସୁଛି । ଏହାରି ମଧ୍ୟରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ଧୀର ଧୀରେ ହ୍ରାସ ପାଉଛି । କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି କରାଯାଇଥିବା ସଂଖ୍ୟା ମୁତାବକ, ଗତ ୨୪ ଘଣ୍ଟା ମଧ୍ୟରେ ୪୩ ହଜାର ୮୯୩ ନୂତନ ମାମଲା ସାମ୍ନାକୁ ଆସିଥିବା ବେଳେ ୫୦୮ ଜଣଙ୍କର ମୃତ୍ୟୁ ହୋଇଛି । ଏହାପରେ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ହୋଇ ୭୯ ଲକ୍ଷ ୯୦ ହଜାର ୩୨୨ ରେ ପହଁଚିଛି ।
ସେହିପରି ଆଜି ପର୍ଯ୍ୟନ୍ତ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ ୬,୧୦,୮୦୩ ଜଣ ଚିକିତ୍ସିତ ହେଉଥିବା ବେଳେ ୭୨,୫୯,୫୦୯ ଜଣ ସୁସ୍ଥ ହୋଈ ଘରକୁ ଫେରିସାରିଲେଣି । ଏହାସହିତ ଏପର୍ଯ୍ୟନ୍ତ ଏହି ମହାମାରୀରେ ୧,୨୦, ୦୧୦ ଜଣଙ୍କ ଜୀବନ ଗଲାଣି ।