ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଏକକୋଟି ଟପିଛି । ଏହି ସଂଖ୍ୟା ବହୁତ ବଡ ସତ କିନ୍ତୁ ଏଥିରେ ଡରିବାର କୌଣସି କଥା ନାହିଁ ବରଂ ସର୍ବଦା ସର୍ତକତା ଅବଲମ୍ବନ କରିବା ଉଚିତ୍ । ଦେଶରେ ଏପର୍ଯ୍ୟନ୍ତ ୯୫ ଲକ୍ଷ ରୁ ଅଧିକ ଲୋକ ସୁସ୍ଥ ହୋଇ ସାରିଲେଣି । ଏହାରି ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୫ ହଜାର ୧୫୩ ନୂତନ କରୋନା ମାମଲା ସାମ୍ନାକୁ ଆସିଛି ।
କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିଲା ସଂଖ୍ୟା ମୁତାବକ, ଗତ ୨୪ ଘଣ୍ଟା ମଧ୍ୟରେ ୨୫ ହଜାର ୧୫୩ ଲୋକ କରୋନାରେ ସଂକ୍ରମିତ ହେବା ପରେ ଏବେ ଏକକୋଟି ଟପିଛି ଆକ୍ରାନ୍ତଙ୍କ ସଂଖ୍ୟା । ସେହିପରେ ଦେଶରେ କରୋନରେ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ହୋଇ ୧,୪୫,୧୩୬ ରେ ପହଁଚିଛି ।
ସେହିପରି ଦେଶରେ ଭାଇରସରୁ ସଂକ୍ରମଣମୁକ୍ତ ହୋଇଥିବା ରୋଗୀଙ୍କ ସଂଖ୍ୟା ୯୫ ଲକ୍ଷରୁ ଅଧିକ ହୋଇଯାଇଛି । ଅନ୍ୟପଟେ ସକ୍ରିୟ ମାମଲା ହ୍ରାସ ପାଇ ୩,୦୮,୭୫୧ ରେ ପହଁଚିଛି ।