ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ୧୨ ରୁ ୧୪ ବର୍ଷ ବୟସର ପିଲାମାନଙ୍କ ପାଇଁ ଆଜିଠୁ ଆରମ୍ଭ ହୋଇଛି କରୋନା ଟୀକାକରଣ । ଏହି ବୟସ ବର୍ଗର ପିଲାମାନଙ୍କୁ କେବଳ ହାଇଦ୍ରାବାଦ-ସ୍ଥିତ ବାୟୋଲୋଜିକାଲ୍-ଇ ଦ୍ୱାରା ବିକଶିତ କର୍ବେଭ୍ୟାକ୍ସ ଟୀକା ଦିଆଯାଉଛି । ଅନଲାଇନ୍ ଓ ଅଫଲାଇନ ରେ ରେଜିଷ୍ଟ୍ରେସନ କରି ପିଲାମାନେ ଟୀକା ନେଇପାରିବେ । ଦେଶରେ, ଏହି ବୟସ ବର୍ଗର ୪,୭୪,୭୩,୦୦୦ ପିଲାଙ୍କୁ ଟୀକାକରଣ କାର୍ଯ୍ୟକ୍ରମରେ ସାମିଲ କରାଯିବ ।
ସମସ୍ତ ରାଜ୍ୟକୁ କେନ୍ଦ୍ର ସ୍ପଷ୍ଟ କରିଛି କି,୧୨ ବର୍ଷରୁ କମ ବୟସର ପିଲାଙ୍କୁ ଟୀକାକରଣରେ ସାମିଲ କରାଯିବ ନାହିଁ । ଟୀକା ଦେବା ପୂର୍ବରୁ ଟୀକାକରଣ କେନ୍ଦ୍ରର ଅଧିକାରୀମାନେ ପିଲାମାନଙ୍କର ଜନ୍ମ ପ୍ରମାଣପତ୍ର ଯାଞ୍ଚ କରିବା ପରେ ଯାଇ ଟୀକା ଦେବେ । ଯେଉଁମାନେ ୨୦୦୮ ରୁ ୨୦୧୦ ମଧ୍ୟରେ ଜନ୍ମ ସେହି ପିଲାମାନଙ୍କୁ ଏହି ଟୀକା ଦିଆଯିବ ।